Advertisment

ଆଜି ନେତାଜୀ ଜୟନ୍ତୀ; ମନେପଡ଼େ ମୁକ୍ତି ସଂଗ୍ରାମୀଙ୍କ ପରାକ୍ରମ

'ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି' ଆହ୍ୱାନରେ ଜାଗି ଉଠିଥିଲେ କୋଟି କୋଟି ଭାରତୀୟ। ଆଜି ସେହି ମହାନ ଜନନାୟକ ଓଡ଼ିଶାର ସୁପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ସେଦିନ ତାଙ୍କ ରଣହୁଙ୍କାର ଭାରତୀୟଙ୍କ ମନରେ ଜାଳିଥିଲା ସ୍ୱାଧୀନତାର ବହ୍ନି। 'ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି' ଆହ୍ୱାନରେ ଜାଗି ଉଠିଥିଲେ କୋଟି କୋଟି ଭାରତୀୟ। ଆଜି ସେହି ମହାନ ଜନନାୟକ ଓଡ଼ିଶାର ସୁପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ। ପରାକ୍ରମୀ ଏହି ବୀର ପୁରଷଙ୍କ ଜନ୍ମ ଦିବସରେ ସମଗ୍ର ଦେଶ ପାଳୁଛି ପରାକ୍ରମୀ ଦିବସ।

Advertisment

ନେତାଜୀଙ୍କ ଜୀବନୀ
ଦେଶକୁ ବ୍ରିଟିଶମାନଙ୍କ ଦାସତ୍ୱରୁ ମୁକ୍ତ କରିବାରେ ସୁଭାଷ ଚନ୍ଦ୍ର ବୋଷ ତୁଲାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା। ସେ ଥିଲେ ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା। ସ୍ଵାଧୀନତା ସଂଗ୍ରାମର ସଶସ୍ତ୍ର ସୂତ୍ରଧର। ଆଉ ଜଣେ ଏପରି ସାହସୀ ବୀର, ଯାହାଙ୍କ ଚିନ୍ତାଧାରା ଯୁବଗୋଷ୍ଠୀଙ୍କ ମନରେ ଭରିଦେଉଥିଲା ଦେଶପ୍ରେମର ବହ୍ନି। ସ୍ୱାଧୀନତା ପାଇଁ ପ୍ରଶାସନିକ ଚାକିରିରୁ ସନ୍ନ୍ୟାସ ନେଇଥିଲେ ନେତାଜୀ।

୧୯୨୧ରେ ଆଇସିଏସର ତାଲିମ ନେଉଥିବା ବେଳେ ଭାରତରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା, ଏହି ଖବର ନେତାଜୀଙ୍କୁ ବ୍ୟଥିତ କରିଥିଲା। ସେ ଅଧାରୁ ତାଲିମ ଛାଡ଼ି ଭାରତ ଫେରି ଆସିଥିଲେ ଏବଂ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ।

Advertisment

ଧୀରେ ଧୀରେ ବ୍ରିଟିଶରଙ୍କ ବିରୁଦ୍ଧରେ ଦେଶର ଯୁବପିଢିଙ୍କୁ ଏକଜୁଟ କରାଇବାରେ ସଫଳ ହୋଇଥିଲେ ନେତାଜୀ। ତାଙ୍କ ଆହ୍ୱାନରେ ଜାଗି ଉଠୁଥିଲେ କୋଟି କୋଟି ଭାରତୀୟ। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ତାଙ୍କ ସାହସ ଏବଂ ବୀରତ୍ୱକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜାନୁଆରୀ ୨୩ରେ ପରାକ୍ରମ ଦିବସ ପାଳନ କରାଯାଏ।

ନେତାଜୀଙ୍କ ପିଲା ଦିନ
କଟକର ଓଡ଼ିଆ ବଜାରରେ ଏକ ବଙ୍ଗାଳି ପରିବାରରେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ। ତାଙ୍କ ବାପାଙ୍କ ନାମ ଜାନକୀନାଥ ବୋଷ ଏବଂ ମାତା ପ୍ରଭାବତୀ ଦେବୀ। ଚ‍ଉଦ ଭାଇଭ‍ଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ। ରେଭେନ୍ସାରେ କଲିଜିଏଟ ସ୍କୁଲରୁ ମାଧ୍ୟମିକ ଶିକ୍ଷା ସମାପ୍ତ କଲାପରେ କଲିକତାର ପ୍ରେସିଡେନ୍ସୀ କଲେଜରେ ଦର୍ଶନ ଶାସ୍ତ୍ର ଏବଂ ସ୍କଟିସ ଚର୍ଚ୍ଚ କଲେଜରେ ପାଠ ପଢ଼ିଥିଲେ। 

ସେ ପ୍ରେସିଡେନ୍ସୀ କଲେଜରେ ପଢିବା ସମୟରେ ଅଧ୍ୟାପକ ସି.ଏଫ୍. ଓ୍ୱେଟେନଙ୍କ ଭାରତ ବିରୋଧୀ ମନ୍ତବ୍ୟରେ କ୍ଷୁବ୍ଧ ହୋଇଯାଇଥିଲେ। ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ କଲେଜରୁ ବହିଷ୍କୃତ କରାଯାଇଥିଲା। ଏହାପରେ ଉଚ୍ଚ ଶିକ୍ଷା ପାଇଁ ବିଲାତ ଯାଇଥିଲେ। ବିଲାତରେ ପାଠ ପଢି ପ୍ରଶାସନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମଧ୍ୟ ଚାକିରି ଛାଡି ସ୍ୱାଧୀନତା ସଂଗ୍ରାମରେ ନିଜକୁ ନିୟୋଜିତ କରିଥିଲେ। ହେଲେ ସ୍ୱାଧୀନତାର ସ୍ୱାଦ ଆସ୍ୱାଦନ ବେଳକୁ ଧରା ପୃଷ୍ଠରେ ନଥିଲେ ନେତାଜୀ।

୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ଜାପାନର ଟୋକିଓ ଯିବା ବାଟରେ ବିମାନ ଦୁର୍ଘଟଣାରେ ନେତାଜୀ ଆରପାରିକୁ ଚାଲି ଯାଆନ୍ତି ବୋଲି ଚର୍ଚ୍ଚା ହୁଏ। ହେଲେ ନେତାଜୀଙ୍କ ନିର୍ଜୀବ ଶରୀର କାହାକୁ ମିଳେନି। ସେଥିପାଇଁ ଆଜି ବି ନେତାଜୀଙ୍କ ମୃତ୍ୟୁ ରହସ୍ୟ ଘେରରେ। 

Subhash Chandra Bose Freedom Fighter Netaji Jayanti