Advertisment

କଟକ ଦଶହରା: ଭସାଣିକୁ ନେଇ ଆସିଛି ଏମିତି ପ୍ରସ୍ତାବ

ଶାରଦୀୟ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ କଟକ ମହାନଗର ଶାନ୍ତି କମିଟିର ଆଜି ବସିଥିଲା ପ୍ରସ୍ତୁତି ବୈଠକ।

author-image
Jitendra Garnayak
Puja Committee

Puja Committee

କଟକ ଦଶହରାର ଯେମିତି ପ୍ରସିଦ୍ଧି ରହିଛି ଏହାର ଭସାଣି ଉତ୍ସବର ମଧ୍ୟ ସେମିତି ପ୍ରସିଦ୍ଧି ରହିଛି। ଚଳିତ ବର୍ଷ ଭସାଣି ଉତ୍ସବକୁ ଆହୁରି ଭଲ କରିବା ପାଇଁ ଏହାକୁ ନିଶାମୁକ୍ତ ଓ ଡିଜେମୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି। କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦିଆଯାଇଛି ଏହି ପ୍ରସ୍ତାବ।

Advertisment

ଶାରଦୀୟ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ କଟକ ମହାନଗର ଶାନ୍ତି କମିଟିର ଆଜି ବସିଥିଲା ପ୍ରସ୍ତୁତି ବୈଠକ। ଏଥର ଦୁର୍ଗାପୂଜା ଅକ୍ଟୋବର ୨୦ ତାରିଖରୁ ଆରମ୍ଭ ହୋଇ୨୪ ତାରିଖରେ ଶେଷ ହେବ। ୨୫ ତାରିଖରେ ଭସାଣି କରାଯିବ ବୋଲି ଶାନ୍ତି କମିଟି ସଭାରେ କୁହାଯାଇଛି।

ଦୁର୍ଗାପୂଜା ଓ ଭସାଣିକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ସହଯୋଗ ଆବଶ୍ୟକ ବୋଲି ଶାନ୍ତି କମିଟି ପକ୍ଷରୁ କୁହାଯାଇଛି। ସିଙ୍ଗଲ ୱିଣ୍ଡୋ ଅପରେସନ ମାଧ୍ୟମରେ ଏଥର ସମସ୍ତ ପୂଜା ପାଇଁ ଅନୁମତି ଦିଆଯିବ ବୋଲି ବୈଠକରେ କହିଛନ୍ତି ପୁଲିସ କମିଶନର।

Advertisment

ପୂଜା ସମୟରେ ହେଲମେଟ ଚେକିଂ ସହିତ ଗାଡ଼ିମୋଟର ଚେକିଂ କୋହଳ କରିବାକୁ ଶାନ୍ତି କମିଟି ପୁଲିସ ପ୍ରଶାସନକୁ ନିବେଦନ କରିଛି। ସେହିପରି ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି ତଥା ଡାକବାଜି ଯନ୍ତ୍ର ବଜାଇବାକୁ ଅନୁମତି ଦେବାକୁ ମଧ୍ୟ ନିବେଦନ କରାଯାଇଛି। ତେବେ ସମସ୍ତ ନିବେଦନ ଉପରେ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପୁଲିସ କମିଶନର।

ଦଶହରା ପୂର୍ବରୁ ସହରର ସମସ୍ତ ରାସ୍ତାଘାଟ ମରାମତି କାର୍ଯ୍ୟ ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କଟକ ମହାନଗର ନିଗମ (ସିଏମ୍‌ସି) ମେୟର ସୁବାସ ସିଂ। ଚଳିତ ବର୍ଷ ଦୁର୍ଗାପୂଜା ନିଶ୍ଚିତ ଭାବରେ ମହାଆଡ଼ମ୍ବର ଓ ଶାନ୍ତିଶୃଙ୍ଖଳା ସହିତ ସମାପନ ହେବ ବୋଲି କହିଛନ୍ତି ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ।

Dussehra Updates