Advertisment

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏହି ତାରିଖରେ ଘଟିବ, ଜାଣନ୍ତୁ କେଉଁ ରାଶି ପାଇଁ ରହିବ ଶୁଭ ଓ ଅଶୁଭ

ଏହି ଚନ୍ଦ୍ର ଗ୍ରହଣ ୟୁରୋପ, ଆଫ୍ରିକା, ଉତ୍ତର-ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର ଏବଂ ଭାରତ ମହାସାଗରର କେତେକ ସ୍ଥାନରେ ମଧ୍ୟ ଦୃଶ୍ୟମାନ ହେବ। ଏହି ଶେଷ ଚନ୍ଦ୍ର ଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟମାନ ହେବନାହିଁ।

ଅଦ୍ୟତନ ହୋଇଛି
Lunar eclipse

Lunar eclipse

Advertisment

ଆସନ୍ତା ସେପ୍ଟେମ୍ବର 18 ତାରିଖରେ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ସଂଘଟିତ ହେବ । ଏହା ଏକ ଆଂଶିକ ଚନ୍ଦ୍ର ଗ୍ରହଣ ହେବ, ଯାହା ସମଗ୍ର ବିଶ୍ୱରେ ପ୍ରଭାବ ପକାଇବ। ପୂର୍ବରୁ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଗତ ମାର୍ଚ୍ଚ 25 ତାରିଖରେ ହୋଇଥିବା ବେଳେ ଏହା ଭାରତରେ ଦୃଶ୍ୟମାନ ହୋଇନଥିଲା।

Advertisment

ଚନ୍ଦ୍ର ଗ୍ରହଣ କାହାକୁ କୁହାଯାଏ?

ବୈଜ୍ଞାନିକଙ୍କ ମତରେ ଯେଉଁ ଦିନ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଏକ ସରଳ ରେଖାରେ ଅବତୀର୍ଣ୍ଣ ହୁଅନ୍ତି ଏବଂ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଅବସ୍ଥାନ କରେ ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ପାରେ ନାହିଁ ଏବଂ ସେହି ସମୟରେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡେ, ସେହି ସମୟକୁ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଏ।

ଜାଣନ୍ତୁ କେଉଁ ରାଶି ପାଇଁ ରହିବ ଶୁଭ ଓ ଅଶୁଭ ଏବଂ କେଉଁ ସ୍ଥାନରେ ହେବ ଦୃଶ୍ୟମାନ

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଚନ୍ଦ୍ର ଗ୍ରହଣ ସମସ୍ତ 12ଟି ରାଶି ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଇବ। ଏହି ଦିନ ମେଷ, ମିଥୁନ, କର୍କଟ, କନ୍ୟା, ବିଛା, କୁମ୍ଭ ଏବଂ ମୀନ ରାଶି ଲୋକଙ୍କ ପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ସେହିଭଳି ଏହି ଚନ୍ଦ୍ରଗ୍ରହଣ ବୃଷ, ସିଂହ, ଧନୁ ଏବଂ ମକର ରାଶିର ଲୋକଙ୍କ ପାଇଁ ଶୁଭ ଫଳପ୍ରଦ ହେବ।

Advertisment

ଏହି ଚନ୍ଦ୍ରଗ୍ରହଣ ୟୁରୋପ, ଆଫ୍ରିକା, ଉତ୍ତର-ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର ଏବଂ ଭାରତ ମହାସାଗରର କେତେକ ସ୍ଥାନରେ ମଧ୍ୟ ଦୃଶ୍ୟମାନ ହେବ। ଏହି ଶେଷ ଚନ୍ଦ୍ରଗ୍ରହଣ ମଧ୍ୟ ଭାରତରେ ଦୃଶ୍ୟମାନ ହେବନାହିଁ।

ଭାରତୀୟ ସମୟ ଅନୁଯାୟୀ, ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର 18 ତାରିଖ ସକାଳ 6ଟା 11ରୁ ଆରମ୍ଭ ହୋଇ ସକାଳ 10ଟା 17ରେ ଶେଷ ହେବ। ଏହାର ମୋଟ ଅବଧି 4 ଘଣ୍ଟା, 06 ମିନିଟ୍ ରହିବ।

Lunar Eclipse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe