Advertisment

ପଶ୍ଚିମ ଓଡ଼ିଶା ଉତ୍ସବମୁଖର; ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି

ପୂର୍ବ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ମା’ ସମଲେଶ୍ୱରୀ ଓ ବଲାଙ୍ଗିରର ମାଆ ପାଟଣେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ ।

author-image
Niharika Rout
ଅଦ୍ୟତନ ହୋଇଛି
Temple

Temple

ଆଜି ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା। ଦୁଲୁକୁଛି ମନ୍ଦିର ପରିସର । ପୂର୍ବ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ମା’ ସମଲେଶ୍ୱରୀ ଓ ବଲାଙ୍ଗିରର ମାଆ ପାଟଣେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ ।

Advertisment

ପ୍ରଥମ ଶସ୍ୟକୁ ଇଷ୍ଟ ଦେବୀଙ୍କ ନିକଟରେ ଅର୍ପଣ କରିବାର ପରମ୍ପରାକୁ କୁହାଯାଇଥାଏ ନୂଆଖାଁଇ । ମା’ ନିକଟରେ ଅର୍ପଣ କରାଯାଉଥିବା ଚାଉଳକୁ ପଶୁପକ୍ଷୀ ବି ଅଇଁଠା କରି ନ ଥାନ୍ତି। ତେଣୁ ଫସଲ ପାଚିବା ପୂର୍ବରୁ ବିଲରୁ ଅମଳ କରି ଆଣି ମା’ଙ୍କୁ ଅର୍ପଣ କରାଯାଇଥାଏ। ଧରିତ୍ରୀ ଶସ୍ୟ ଶ୍ୟାମଳା ହେଉ, କାହାକୁ ଅନ୍ନ କଷ୍ଟ ନ ଲାଗୁ ବୋଲି ମା଼’ଙ୍କ ନିକଟରେ ଗୁହାରୀ କରାଯାଇଥାଏ

ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପ୍ରଥମେ ଶୁଭ ଲଗ୍ନ ସକାଳ ୯ଟା୧୨ରୁ ୯ଟା ୨୭ ମଧ୍ୟରେ ନବାନ୍ନ ଲାଗି ହୋଇଛି। ଏହାପରେ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କୁ ବି ଲାଗି ହୋଇଛି ନବାନ୍ନ । ସେହିପରି ବଲାଙ୍ଗିରରେ ବି ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ହୋଇଛି।

Advertisment

ଏହି ସମୟରେ ଉଭୟ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ମା’ଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ଶ୍ରଦ୍ଧାଳୁମାନେ ପ୍ରସାଦ ପାଇଥିଲେ। ଏହାପରେ ପଶ୍ଚିମ ଓଡ଼ିଶାରେ ଘରେ ଘରେ ବେଶ୍‌ ଆନନ୍ଦ ଉଲ୍ଲାସ ସହିତ ଆରମ୍ଭ ହୋଇଯାଇଛି ନୂଆଁଖାଇ ପର୍ବ ।

ଏହି ଅବସରରେ ଘରେ ଘରେ ସମସ୍ତ ପରିବାର ସଦସ୍ୟ ନୂଆ ବସ୍ତ୍ର ପିନ୍ଧିଥାନ୍ତି। ଏଥିସହ ନୂଆଁ ଅନ୍ନ ସହ ହୋଇଥାଏ ଭଳି କି ଭଳି ଖାଦ୍ୟ ପ୍ରସ୍ତୁତି। ପରିବାରର ସାନମାନେ ନୂଆ ବସ୍ତ୍ର ପିନ୍ଧି ବଡ଼ମାନଙ୍କ ଆର୍ଶିବାଦ ନେଇଥାନ୍ତି। ପରେ ପରିବାରର ସମସ୍ତେ ଏକାଠି ବସି ନୂଆଁ ଖାଇଥାନ୍ତି। ନୂଆଁଖାଇ ପାଳନ ନିମନ୍ତେ ଦେଶବିଦେଶରୁ ଲୋକେ ନିଜ ଘରକୁ ଛୁଟି ଆସିଥାନ୍ତି।

Sambalpur Nuakhai