Advertisment

ଓମାନରେ ପାଳନ ହେଲା ନୂଆଁଖାଇ

ପ୍ରାୟ ୧୦୦ ଓଡ଼ିଆ ପରିବାର ଏକାଠି ହେବା ସହ ପ୍ରଥମେ ମା’ ସମଲେଇଙ୍କ ଫଟୋକୁ ବିଶେଷ ଢଙ୍ଗରେ ପୂଜା କରିବା ସହ ନବାନ୍ନ ଲାଗି କରିଥିଲେ।

Oman

Oman

Advertisment

ଓମାନରେ ପାଳନ ହେଲା ଗଣପର୍ବ ନୂଆଁଖାଇ। ୧୩ ସେପ୍ଟେମ୍ୱର ଶୁକ୍ରବାର ଦିନ ସୁଦୂର ଓମାନରେ 'ନୂଆଁଖାଇ' ପର୍ବକୁ ବେଶ୍ ଧୁମଧାମରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ। ପ୍ରାୟ ୧୦୦ ଓଡ଼ିଆ ପରିବାର ଏକାଠି ହେବା ସହ ପ୍ରଥମେ ମା’ ସମଲେଇଙ୍କ ଫଟୋକୁ ବିଶେଷ ଢଙ୍ଗରେ ପୂଜା କରିବା ସହ ନବାନ୍ନ ଲାଗି କରିଥିଲେ। ଏହାପରେ ସମସ୍ତେ ମିଳିତ ଭାବେ ନୂଆଁ ଖାଇଛନ୍ତି।  

Advertisment

ନୂଆଁଖାଇ ପାଳନ ଅବସରରେ ଝୋଟି, ଶ୍ଲୋକ, ଗୀତ, ଚିତ୍ର, ନୃତ୍ୟ ପ୍ରତିଯୋଗୀତା କରାଯାଇଥିଲା ଏବଂ ଏଥିରେ ଭାଗନେଇଥିଲେ ପ୍ରବାସୀ ଓଡ଼ିଆ ମହିଳା ଏବଂ ଛୋଟ ଛୋଟ ପିଲା। ୧୦ ବର୍ଷ ହେବ ଓମାନରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଳନ କରାଯାଉଛି । କେବଳ ପଶ୍ଚିମ ଓଡ଼ିଶା ନୁହେଁ, ବରଂ ରାଜ୍ୟର କୋଣ ଅନୁକୋଣରୁ ଯାଇ ସେଠାରେ ଥିବା ପ୍ରତିଟି ଓଡ଼ିଆ ଏହି ପର୍ବରେ ସାମିଲ ହୋଇଥାନ୍ତି।

ଏହି ପର୍ବ ପାଳନ ସମୟରେ ଦେଶ ବାହାରେ ମଧ୍ୟ ଏକ ନିଆରା ଭାଇଚାରା ଦେଖିବାକୁ ମିଳିଥାଏ । ଓଡ଼ିଆ କମ୍ୟୁନିଟିର ମୀନାକ୍ଷୀ ଶତପଥୀ, ନିର୍ମଳ ବେହେରା, ସରୋଜ ସାହୁ, ଉମେଶ ପାଣିଗ୍ରାହୀ, ସଞ୍ଜୟ ପଣ୍ଡା, ପ୍ରଶାନ ପଣ୍ଡା, ଲୁଲୁ ରଥ ଏବଂ ପୁରୁଷୋତ୍ତମ ମିଶ୍ର ନୂଆଁଖାଇ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ଆୟୋଜିତ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସମ୍ୱଲପୁରର ମାନଗୋବିନ୍ଦ ବରପଣ୍ଡା ଏବଂ ପଦ୍ମିନୀ ବରପଣ୍ଡା। 

Advertisment
Oman Nuakhai Nuakhai Festival Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe