Advertisment

ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ଉତ୍ସାହ ; ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ପଶ୍ଚିମ ଓଡ଼ିଶା। ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
nuakhai

nuakhai

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇ ଉଠିଛି ପୁରପଲ୍ଲୀ। ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହୋଇଛି। ଏହାପରେ ଘରେ ଘରେ ନୂଆ ଖାଉଛନ୍ତି ଲୋକ। ବଲାଙ୍ଗିରର ଅଧିଷ୍ଠାତ୍ରୀ ମା’ ସମଲେଶ୍ୱରୀଙ୍କ ନିକଟରେ ମଧ୍ୟ ନବାନ୍ନ ଲାଗି ହୋଇଛି।

Advertisment

ଆଜି ସମ୍ବଲପୁରରେ ଅଧିଷ୍ଠାତ୍ରର ଦେବୀ ମା’ ସମଲେଇଙ୍କଠାରେ ପୂର୍ବ ନିର୍ଦ୍ଧାରିତ ଶୁଭ ଲଗ୍ନ ଅନୁସାରେ ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ନବାହ୍ନ ଅର୍ପଣ ହୋଇଥିଲା। ତା’ ପୂର୍ବରୁ ମୁଖ୍ୟ ପୂଜକଙ୍କ ଘରୁ ନୂଆ ଚାଉଳ ଓ ଭୋଗ ଆସିଥିଲା। ପରେ ଅନ୍ୟ ପୂଜକଙ୍କ ଘରୁ ଅନୁରୂପ ଭାବେ ଭୋଗ ଆସିଥିଲା। ସେଥିପାଇଁ ବଡ଼ି ଭୋରୁ ପୂଜକମାନଙ୍କ ପରିବାରର ମହିଳାମାନେ ସ୍ନାନ ସାରି ପୂଜା ଭୋଗ, ପିଠା ଓ ଖିରି ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ମହା ଆଳତୀ ହୋଇଥିଲା।

ମନ୍ଦିର ଭିତରେ ଓ ବାହାରେ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କଠାରେ ନବାହ୍ନ ଲାଗି ହୋଇଥିଲା। ମନ୍ଦିରର ମୁଖ୍ୟ ଫାଟକ ଖୋଲିବା ପରେ ପୂର୍ବରୁ ଅପେକ୍ଷା କରିଥିବା ଶହ ଶହ ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ପ୍ରବେଶ କରି ମା’ଙ୍କ ଦର୍ଶନ କରିଥିଲେ। ମା’ଙ୍କ ଦର୍ଶନ ସହ ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟରେ ଲାଗିଥିବା ନୂଆ ଚାଉଳ ଟିକେ ନେଇ ଘରକୁ ଯାଇଥିଲେ।

Advertisment

ନିଜ ନିଜ ଘରେ ନିଜ ଇଷ୍ଟ ଦେବାଦେବୀଙ୍କୁ ପୂଜା କରିବା ପରେ ଘରେ ଘରେ ଲୋକେ ନୂଆ ଖାଇଥିଲେ। ନୂଆ ଖାଇ ସାରିବା ପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରିଥିଲେ। ବଡ଼ମାନେ ସାନମାନଙ୍କୁ ଆଶିର୍ବାଦ କରିଥିଲେ। ଏଥିନିମନ୍ତେ ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା ରହିଛି।

କୃଷି ସଂସ୍କୃତି ଓ ଅନନ୍ୟ ପରମ୍ପରାର ପର୍ବ ହେଉଛି ନୂଆଁଖାଇ। ପ୍ରକୃତି ମାତାଙ୍କୁ ପ୍ରଥମ ଶସ୍ୟ ଅର୍ପଣର ପର୍ବ ହେଉଛି ନୂଆଁଖାଇ । ନିଜ ଗାଁ ମାଟି ମହକରେ ପରିବାରର ସଦସ୍ୟ, ସାଙ୍ଗସାଥୀ ମେଳରେପାଳିତ ଏହି ପର୍ବର ମଧୂରତା ନିଆରା । ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲା, ସଦର ମହକୁମା, ପଲ୍ଲୀଠୁ ଗାଁ ସବୁଠି ପାଳିତ ହେଉଛି ଏହି ପର୍ବ ।

Sambalpur Nua Khai