Advertisment

ନୂଆଁଖାଇ ପାଇଁ ସମ୍ବଲପୁର, ସୁବର୍ଣ୍ଣପୁର ଓ ବରଗଡ଼ରେ ଲଗ୍ନ ଧାର୍ଯ୍ୟ

ନୂଆଁଖାଇ ପାଇଁ ପୂର୍ବରୁ ବଲାଙ୍ଗିର ଜିଲ୍ଲା ପାଇଁ ନବାନ୍ନ ଲାଗି ନେଇ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଆଜି ସମ୍ବଲପୁର, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲା ପାଇଁ ଶୁଭଲଗ୍ନ ସ୍ଥିର ହୋଇଛି।

author-image
Jitendra Garnayak
Temple

Temple

ସେପ୍ଟେମ୍ବର ୮ ତାରିଖରେ ପଡ଼ୁଛି ନୂଆଁଖାଇ। ଏଥିପାଇଁ ପ୍ରଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ନୂଆଁଖାଇ ପାଇଁ ପୂର୍ବରୁ ବଲାଙ୍ଗିର ଜିଲ୍ଲା ପାଇଁ ନବାନ୍ନ ଲାଗି ନେଇ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଆଜି ସମ୍ବଲପୁର, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲା ପାଇଁ ଶୁଭଲଗ୍ନ ସ୍ଥିର ହୋଇଛି।

Advertisment

ସମ୍ବଲପୁରରେ ମା’ ସମଲେଇଙ୍କଠାରେ ପୂର୍ବହ୍ନ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ନବାନ୍ନ ଲାଗି ନେଇ ଶୁଭଲଗ୍ନ ସ୍ଥିର ହୋଇଛି। ସେହି ସମୟରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ଭୋଗ ଲାଗି କରିବା ପରେ ନବାନ୍ନ ଭକ୍ଷଣ କରିପାରିବେ।

ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ପର ଦିନ ଅର୍ଥାତ୍ ନନ୍ଦୋତ୍ସବରେ ସମ୍ବଲପୁରରେ ନୂଆଖାଇ ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ। ବ୍ରହ୍ମପୁରା ମନ୍ଦିରରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୈଠକରେ ପଣ୍ଡିତମାନେ ପଞ୍ଜିକା ଦେଖି ମା' ସମଲେଇଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ଲଗ୍ନ ନିର୍ଣ୍ଣୟ କରିଥାନ୍ତି।

Advertisment

ସେହିପରି ନୂଆଁଖାଇ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ସକାଶେ ଆଜି ଲଗ୍ନ ସ୍ଥିର ହୋଇଛି। ସୁବର୍ଣ୍ଣପୁର ରାଜବାଟୀ ପରିସରରେ ଥିବା ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପଠାରେ ଆୟୋଜିତ ପଣ୍ଡିତ ମହାସଭାରେ ଏବର୍ଷର ନୂଆଁଖାଇ ଲଗ୍ନ ସ୍ଥିର ହୋଇଛି । ପୂର୍ବାହ୍ନ ୯ଟା ୨୩ରୁ ୯ଟା ୩୭ ମିନିଟ୍ ମଧ୍ୟରେ ଅଧୀଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ। ଏହି ସମୟରେ ସୁବର୍ଣ୍ଣପୁର ଗଡ଼ଜାତ ଅଞ୍ଚଳ ତଥା ବୌଦ୍ଧ ଜିଲ୍ଲାର କଣ୍ଟାମାଳ-ପଞ୍ଚରା ଅଞ୍ଚଳରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ସମର୍ପଣ କରି ସାରିଲା ପରେ ନବାନ୍ନ ଭକ୍ଷଣ କରିବେ।

ବରଗଡ଼ର ତଲିପଡ଼ରେ ଥିବା ମା’ ସମଲେଶ୍ଵରୀ ମନ୍ଦିରରେ ଅନୁଷ୍ଠିତ ବୈଠକରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଇଛି l ପଣ୍ଡିତମାନେ ସମଲେଶ୍ଵରୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ଏହି ଲଗ୍ନ ଧାର୍ଯ୍ୟ କରିଛନ୍ତି l ନିଶାର୍ଦ୍ଧ ପରେ ଓ ପାହାନ୍ତିଆ ପୂର୍ବରୁ ମା’ଙ୍କ ପାଖରେ ପ୍ରଥମେ ନବାନ୍ନ ଲାଗି କରାଯିବ l ସକାଳ ୯ଟା ୩୫ମିନିଟରୁ ୧୦ଟା ୪ ମଧ୍ୟରେ ନବାନ୍ନ ଖାଇବେ ବରଗଡ଼ବାସୀ।

Nuakhai Nuakhai Festival