Advertisment

ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩ ପ୍ରଦାନ, କେଉଁ କ୍ଷେତ୍ର ପାଇଁ କିଏ ପାଇଲେ ଜାଣନ୍ତୁ

ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ ରାଜ୍ୟପାଳ ରଘୁବର ଦାସ।

ଅଦ୍ୟତନ ହୋଇଛି
Doctor Shankar Ramchandani

Doctor Shankar Ramchandani

Advertisment

ଓଡ଼ିଶା ଟେଲିଭିଜନ ନେଟୱର୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩। ଶନିବାର ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ ରାଜ୍ୟପାଳ ରଘୁବର ଦାସ। ଏଥିରେ ସମ୍ମାନିକ ଅତିଥି ଭାବେ ଯୋଗ ଦେଇଛନ୍ତି ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ଓ IIM ସମ୍ବଲପୁର ନିର୍ଦ୍ଦେଶକ ମହାଦେଓ ଜୟସ୍ୱାଲ।

Advertisment

ରାଜନୀତି ପାଇଁ ବିରୋଧୀ ଦଳ ନେତା ତଥା ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ‘ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩’ ପ୍ରଦାନ କରାଯାଇଛି। ସେହିପରି ସମାଜସେବା ପାଇଁ ଡାକ୍ତର ଶଙ୍କର ରାମଚନ୍ଦାନୀ, ସ୍ୱାସ୍ଥ୍ୟ ପାଇଁ ଡାକ୍ତର ବିଭୁତି ଭୂଷଣ ନାୟକ, କୃଷି ପାଇଁ ସପନ ପାତ୍ର, କଳା ଓ ସଂସ୍କୃତି ପାଇଁ ରୂପଶ୍ରୀ ମହାପାତ୍ର, ବ୍ୟବସାୟ ପାଇଁ ଅଭିଜିତ ସାହୁ, ଶିକ୍ଷା ପାଇଁ ପ୍ରଫେସର ଡକ୍ଟର ରଂଜନ କୁମାର ବଳ, ମନୋରଂଜନ ପାଇଁ ଅଭିନେତା ଅଶ୍ରୁମୋଚନ ମହାନ୍ତି ଓ କ୍ରୀଡ଼ା ପାଇଁ କିଶୋର ଜେନା ଏହି ପୁରସ୍କାର ପାଇଛନ୍ତି।

ଓଡ଼ିଶା ସିଟିଜେନ୍ସ ଆୱାର୍ଡର ଏହି ଏକାଦଶତମ ସଂସ୍କରଣ ପାଇଁ ପ୍ରଥମେ ବିଚାରକ ମଣ୍ଡଳୀ ଦୁଇଟି ପର୍ଯ୍ୟାୟରେ ପ୍ରତି ବର୍ଗରେ ୪ ଜଣଙ୍କ ନାଁ ସର୍ଟଲିଷ୍ଟ କରିଥିଲେ। ଏହାପରେ ଅନଲାଇନ ଭୋଟିଂ ଆଧାରରେ ବିଜେତାଙ୍କ ନାଁ ଘୋଷଣା କରାଯାଇଥିଲା। ଆଜି ପୁରସ୍କାର ପ୍ରଦାନ ଉତ୍ସବରେ ସ୍ୱାଗତ ଅଭିଭାଷଣ ରଖିଥିଲେ ଓଟିଭି ନେଟୱର୍କର ଏମ୍‌ଡି ଜଗି ମଙ୍ଗତ ପଣ୍ଡା।

Advertisment
Odisha Citizens Award 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe