Advertisment

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ସ୍ଥାନରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଓଡ଼ିଶାର ଇତିହାସ ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥାଏ

author-image
Tapaswini Nayak
cuttack

cuttack

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଅବସରରେ ‘ଆ କା ବା ବୈ...ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର’ ଆଜି ଓଡ଼ିଶାର ଗାଁଠୁ ସହର ସବୁଠି କିଛି ଏଭଳି ଗୀତ ଗାଇ ଡଙ୍ଗା ଭସାଇଛନ୍ତି ଲୋକେ। ପୋଖରୀ, ନଦୀ, ସମୁଦ୍ରକୂଳରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।

Advertisment

ଭୋରରୁ ମହିଳାମାନେ କଦଳୀ ପାଟୁଆ, କାଗଜ, ସୋଲରେ ଯିଏ ଯେମିତି ପାରିଲା ସେଥିରେ ଡଙ୍ଗା ପ୍ରସ୍ତୁତ କରି ଭସାଇଛନ୍ତି। ଦୀପ, ଧୂପ ଦେବା ସହ ବନ୍ଦାଣ କରିଛନ୍ତି।

ସେହିପରି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟ ବିନ୍ଦୁ ସାଗରରେ ଆଜି ଭୋରରୁ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ। ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଲୋକେ ଡଙ୍ଗା ଭସାଇଛନ୍ତି।ଭୋରରୁ ବିନ୍ଦୁ ସାଗରରେ ଡଙ୍ଗା ଭସାଇବା ପାଇଁ ଲୋକଙ୍କର ପ୍ରବଳ ହୋଇଥିଲା।

Advertisment

କଟକରେ ବି ଆଜି ଭୋରରୁ ଡଙ୍ଗା ଭସା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଗଡ଼ଗଡ଼ିଆ ଘାଟରେ ଶତାଧିକ ଶ୍ରଦ୍ଧାଳୁ ବୋଇତ ବନ୍ଦାଣ କରିଥିଲେ। ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଥିଲେ ଶ୍ରଦ୍ଧାଳୁ।

ଓଡ଼ିଶାର ଇତିହାସ ଓ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଇଥାଏ । ଓଡ଼ିଆ ସାଧବ ପୁଅ ମାନେ ଇଣ୍ଡୋନେସିଆର ବାଲି, ଜାଭା ଓ ସୁମାତ୍ରାକୁ ବାଣିଜ୍ୟ ପାଇଁ ନୌକାରେ ଯାତ୍ରା କରୁଥିଲେ। ଏହି ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ କରାଯାଇଥାଏ।

Bhubaneswar Kartika Purnima