Advertisment

ମହାପ୍ରଭୁ କେଉଁ ଦିନ ବାନ୍ଧିବେ ରାକ୍ଷୀ? କ’ଣ କହିଲେ ଜ୍ୟୋତିର୍ବିଦ

ଭଦ୍ରାକାଳ ଯୋଗ ନେଇ ଚର୍ଚ୍ଚା ସମ୍ପର୍କରେ ସଂସ୍କୃତି ଗବେଷକ କହିଛନ୍ତି, ପାଞ୍ଜିରେ ଲେଖାଯାଇଛି ୩୦ ତାରିଖ ରାତି ୧୦.୪୮ ମିନିଟ୍‌ ପର୍ଯ୍ୟନ୍ତ ଅତିଗଣ୍ଡ ଯୋଗ ରହିଛି। ତେଣୁ ଭଦ୍ରାକାଳ ଯୋଗ ନାହିଁ।

undefined

jagannath temple

Advertisment

କେଉଁଦିନ ପଡୁଛି ରକ୍ଷା ବନ୍ଧ ଉତ୍ସବ? କେତେ ବେଳେ ବନ୍ଧା ହେବ ରକ୍ଷୀ? ଶ୍ରୀମନ୍ଦିରରେ ମହାପ୍ରଭୁ କେଉଁ ଦିନ ବାନ୍ଧିବେ ରାକ୍ଷୀ? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଉତ୍ତର ରଖିଛନ୍ତି ଜ୍ୟୋତିର୍ବିଦ ନରେଶ ଦାଶ।

Advertisment

ଜ୍ୟୋତିର୍ବିଦ ନରେଶ ଦାଶଙ୍କ କହିବା ଅନୁସାରେ ଆସନ୍ତାକାଲି ଅର୍ଥାତ ୩୦ ତାରିଖରେ ରକ୍ଷା ବନ୍ଧାନ କରିବା ପାଇଁ କେତେକ ପଞ୍ଜିକାରେ ଉଲ୍ଲେଖ ରହିଛି। ବାସ୍ତବରେ ଦେଖିବାକୁ ଗଲେ ଆସନ୍ତାକାଲି(ବୁଧବାର) ଦିନ ୧୧.୨୨ ମିନିଟ୍‌ ପର୍ଯ୍ୟନ୍ତ ଚତୁର୍ଦ୍ଦଶୀ ତିଥି ରହୁଛି। ଦିନ ୧୧.୨୨ ମିନିଟ୍‌ ପରେ ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି। ଏହି ପୂର୍ଣ୍ଣିମା ତିଥି ତା’ପରଦିନ ଅର୍ଥାତ ୩୧ ତାରିଖ(ଗୁରୁବାର) ସକାଳ ୭.୩୦ ମିନିଟ ପର୍ଯ୍ୟନ୍ତ ରହୁଛି। ସେଥିପାଇଁ ଶ୍ରୀମନ୍ଦିରରେ ଏହି ରକ୍ଷା ବନ୍ଧନ ଉତ୍ସବ ୩୧ ତାରିଖରେ ପାଳନ କରାଯିବ। ଆଉ ଭଉଣୀ ସୁଭଦ୍ରା ବଡ଼ଭାଇ ବଳଭଦ୍ର ଓ ସାନଭାଇ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ। ଯେହେତୁ ପୂର୍ଣ୍ଣିମା ତିଥିରେ ଠାକୁରଙ୍କ ପାଖରେ ରାକ୍ଷୀ ଉତ୍ସବ ହେଉଛି, ତେଣୁ ସେହି ଦିନ ରକ୍ଷୀ ବାନ୍ଧିଲେ କିଛି ଅସୁବିଧା ନାହିଁ। ଏହାଛଡ଼ା ବୁଧବାର ସକାଳ ୧୧.୨୨ ମିନିଟ୍‌ଠାରୁ ଗୁରୁବାର ସକାଳ ସାଢ଼େ ୭ଟା ମଧ୍ୟରେ ରକ୍ଷା ବନ୍ଧନ ହୋଇପାରିବ ବୋଲି ସଂସ୍କୃତି ଗବେଷକ କହିଛନ୍ତି।

ସେପଟେ ଭଦ୍ରାକାଳ ଯୋଗ ନେଇ ଚର୍ଚ୍ଚା ସମ୍ପର୍କରେ ସଂସ୍କୃତି ଗବେଷକ କହିଛନ୍ତି, ପାଞ୍ଜିରେ ଲେଖାଯାଇଛି ୩୦ ତାରିଖ ରାତି ୧୦.୪୮ ମିନିଟ୍‌ ପର୍ଯ୍ୟନ୍ତ ଅତିଗଣ୍ଡ ଯୋଗ ରହିଛି। ତେଣୁ ଭଦ୍ରାକାଳ ଯୋଗ ନାହିଁ।

Advertisment
Lord Jagannath Rakhi Purnima 2023 Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe