Advertisment

ଆଜି ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ପରେ ବଡ଼ ସିଂହାରରେ ପଦ୍ମବେଶ ହୋଇଥାଏ।

author-image
Tapaswini Nayak
puri

puri

ପଦ୍ମବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବେ ଶ୍ରୀଜିଉଙ୍କ ଦିବ୍ୟ ପଦ୍ମବେଶ। ଏଥିପାଇଁ ସୋଲରେ ପଦ୍ମପାଖୁଡା, ହଂସ, ଗଛ, କଦମ୍ବ ଫୁଲରେ କରପଲ୍ଲବ ପ୍ରଭୃତି ପଦ୍ମବେଶ ଶିଳ୍ପୀ ଅତି ନିଖୁଣ ଭାବେ ତିଆରି କରିଛନ୍ତି।

Advertisment

ସିଂହାରୀ ସେବକଙ୍କ ଦ୍ୱାରା ଶ୍ରୀଜିଉଙ୍କୁ ବିଭୂଷିତ କରାଯିବ। ମାଘମାସ ଅମାବାସ୍ୟା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର ବା ମଙ୍ଗଳବାରରେ ଏହି ବେଶ ହୋଇଥାଏ। ବେଶର ସମସ୍ତ ଉପକରଣ ବଡ଼ଛତା ମଠ ପକ୍ଷରୁ ଯୋଗାଇ ଦିଆଯାଇଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ପରେ ବଡ଼ ସିଂହାରରେ ଏହି ବେଶ ହୁଏ।

ଏହି ବେଶରେ ଥିଲା ବେଳେ ହିଁ ମହାପ୍ରଭୁଙ୍କୁ ପହୁଡ଼ କରାଯାଇଥାଏ। ମହାପ୍ରଭୁଙ୍କ ଏହି ଦିନ ବଡ଼ଛତା ମଠ ପକ୍ଷରୁ ଖିରି, ଅମାଲୁ ଭୋଗ ହୁଏ। ଏହି ବେଶର ଅନ୍ୟନାମ ପଦ୍ମମୁଖ ବେଶ। ମୁଖ୍ୟତଃ ପଦ୍ମଫୁଲରେ ଏହି ବେଶ ହେବା କଥା। କିନ୍ତୁ ସୋଲ, ଜରିରେ ପ୍ରସ୍ତୁତ ପଦ୍ମଫୁଲରେ ଏହି ବେଶ ହେଉଛି। କଥିତ ଅଛି ଯେ, ଭକ୍ତ ମନୋହର ଦାସ ଏହି ବେଶରେ ଶ୍ରୀଜଗନ୍ନାଥଙ୍କୁ ଦେଖିବାକୁ ଇଛା କରିଥିଲା। ମହାପ୍ରଭୁ ମନୋବାଞ୍ଚା ପୂରଣ ନିମନ୍ତେ ପଦ୍ମବେଶରେ ଦର୍ଶନ ଦେଇଥିଲେ। ମାଘ ମାସରେ ପଦ୍ମଫୁଲ ଦୁର୍ଲଭ, ତେବେ ବି ମହାପ୍ରଭୁ ପଦ୍ମବେଶରେ ଦର୍ଶନ ଦେଇଥିବାରୁ ସେବେଠାରୁ ମହାପ୍ରଭୁଙ୍କ ଏହି ବେଶ ହୋଇ ଆସୁଛି।

Advertisment
Puri Shreemandir