Advertisment

ଶ୍ରୀମନ୍ଦିରରେ ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ସନ୍ଧ୍ୟା ୫ଟାରୁ ରାତି ୧୦ଟାଯାଏ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।

undefined

Puri Temple

Advertisment

ଆଜି ଶ୍ରୀମନ୍ଦିରରେ ମାର୍ଗଶୀର- କୃଷ୍ଣ ସପ୍ତମୀରେ ଶ୍ରୀବିଗ୍ରହଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟାଯାଏ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ।

Advertisment

ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବ ପରେ ଦଇତାପତି ସେବକ ମାନେ ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ନିଷ୍ଠାର ସହ ସମ୍ପର୍ଣ୍ଣ କରିବେ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟାଯାଏ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର ବନ୍ଦ ରହିବ। ନୀତି ସରିବା ପରେ ପୁନର୍ବାର ସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି କୁହାଯାଇଛି ।

ଅନ୍ୟପକ୍ଷରେ ମହାପ୍ରଭୁଙ୍କ ପାଇଁ ରହିବ ନାହିଁ ଫୁଲର ଅଭାବ। ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗିହେଉଥିବା ତୁଳସୀ, ପୁଷ୍ପ ଏବଂ ଦୟଣା ଗଛର ଉପବନକୁ ଉଦଘାଟନ କରିଛନ୍ତି ଶ୍ରୀମନ୍ଦିରମୁଖ୍ୟ ପ୍ରଶାସକ ଏବଂ ସିଏସଆଇର ଡିଜି। ପୁରୀ ଶ୍ରୀଗୁଣ୍ଡିଚା ଭକ୍ତ ନିବାସ ସ୍ଥିତ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏହି ଉପବନ ଉଦଘାଟିତ ହୋଇଛି। ଆଗାମୀ ଦିନରେ ମହାପ୍ରଭୁଙ୍କ ଖାଲିପଡିଥିବା ଜମିରେ ଉପବନ ସୃଷ୍ଟି କରାଯାଇ ମହାପ୍ରଭୁଙ୍କ ପୂଜା ପାଠ କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁଚନା ଦେଇଛନ୍ତି। 

Advertisment
Puri Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe