Advertisment

ପାରାଦୀପରେ ଜମୁଛି ବିଶ୍ୱକର୍ମା ପୂଜା

ଚଳିତ ବର୍ଷ ବିଭିନ୍ନ ଶ୍ରମିକ ସଂଗଠନ ଏବଂ ବନ୍ଦରର ବିଭିନ୍ନ ବିଭାଗ, ଧୁମଧାମର ସହ ବିଶ୍ୱକର୍ମା ପୂଜାର ଆୟୋଜନ କରିଛନ୍ତି।

author-image
Manoj Swain
Vishwakarma Puja

Vishwakarma Puja

ଧରାବତରଣ କରିଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା। ଏଥିଲାଗି ବନ୍ଦର ନଗରୀ ପାରାଦୀପ ହୋଇ ଉଠିଛି ଉତ୍ସବମୁଖର। ଚଳିତ ବର୍ଷ ବିଭିନ୍ନ ଶ୍ରମିକ ସଂଗଠନ ଏବଂ ବନ୍ଦରର ବିଭିନ୍ନ ବିଭାଗ, ଧୁମଧାମର ସହ ବିଶ୍ୱକର୍ମା ପୂଜାର ଆୟୋଜନ କରିଛନ୍ତି। ସହରର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଇଛି। କେଉଁଠି ପାରାଦୀପ ବନ୍ଦର ସଦୃଶ ତୋରଣ ତ କେଉଁଠି ପ୍ୟାଲେସ ଭଳି ତୋରଣ ନିର୍ମାଣ ହୋଇଛି। କଳସ ଯାତ୍ରା ସହ ଦେବଶିଳ୍ପୀଙ୍କ ମୂର୍ତ୍ତି ସ୍ଥାପନା ହୋଇଛି। ଆଗାମୀ ଦିନରେ ବିଭିନ୍ନ ପୂଜା କମିଟି ଦ୍ୱାର ଭଜନ ସନ୍ଧ୍ୟା ସହ ମେଲୋଡିର ବି ଆୟୋଜନ କରାଯାଇଛି। 

Advertisment

ସେହିଭଳି ବିଶ୍ୱକର୍ମା ପୂଜା ଲାଗି ଉତ୍ସବ ମୁଖର ହୋଇପଡ଼ିଛି ନାଲକୋନଗର। କେଉଁଠି ଜଗନ୍ନାଥ ମନ୍ଦିର ଶଦୃଶ ତୋରଣ ନିର୍ମାଣ ହୋଇଛି ତ କେଉଁଠି କେରଳର କଥକଲି, ନୂଆ ସଂସଦ ଭବନ ସଦୃଶ ତୋରଣ ନିର୍ମାଣ ହୋଇଛି। ଚଳିତ ବର୍ଷ ୧୯ଟି ମଣ୍ଡପରେ ବିଶ୍ୱବିନ୍ଧାଣିଙ୍କ ପୂଜା ଅନୁଷ୍ଠିତ ହେଉଛି । ଆସନ୍ତା ୨୩ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଆକର୍ଷଣୀୟ ସାଜସଜ୍ଜା ଓ ସୁଉଚ୍ଚ ତୋରଣ, ରଙ୍ଗିନ ଆଲୋକ ମାଳାରେ ସମସ୍ତ ପୂଜା ମଣ୍ଡପ ଝଲସି ଉଠୁଛି। ଚଳିତ ବର୍ଷ ନୂଆ କୋ-ଅପରେଟିଭ ମାର୍କେଟ ନିକଟରେ ଦୋଳି ଓ କଲ୍ୟାଣ ମଣ୍ଡପ ନିକଟ ପଡ଼ିଆରେ ମୀନା ବଜାର ପଡିଛି । ସ୍ୱତନ୍ତ୍ର ଖାଦ୍ୟ ପସରା, ମନୋହରୀ ସାମଗ୍ରୀ ଦୋକାନ ଖୋଲାଯାଇଛି। ଜନସମାବେଶକୁ ଦୃଷ୍ଟିରେ ରଖି ନାଲକୋ ପ୍ରଶାସନ ପକ୍ଷରୁ ଟାଉନସିପ୍ ସଫେଇ କରାଯାଇଛି। ଶୃଙ୍ଖଳିତ ଭାବେ ଉତ୍ସବ ପାଳନ ପାଇଁ ନାଲକୋ ପ୍ରଶାସନ, ଇଷ୍ଟେଟ ବିଭାଗ, ୱେଲଫେୟାର କମିଟି ସଜାଗ ରହିଛନ୍ତି ।

Odisha Paradip