Alarnatha
ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ପୁରୀ ଜିଲ୍ଲା ବ୍ରହ୍ମଗିରିର ଅଧିଷ୍ଠାତା ପ୍ରଭୁ ଅଲାରନାଥଙ୍କର ହେବ ପୁଷ୍ୟାଭିଷେକ ନୀତି। ୧୦୮ ଗରା ଜଳରେ ସର୍ବାଙ୍ଗ ସ୍ନାନ କରିବେ ଏବଂ ରାଜାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ପ୍ରଭୁ ଅଲାରନାଥ। ଏଥିପାଇଁ ପହଞ୍ଚିଛି ପଞ୍ଚତୀର୍ଥ ଜଳ।
ମହୋଦଧି, ତ୍ରିବେଣୀ ଘାଟ, ଅର୍ଜୁନ ସର ଆଦି ବିଭିନ୍ନ ତୀର୍ଥସ୍ଥଳରୁ ଜଳ ସଂଗ୍ରହ କରାଯାଇ ଏକ ଶୋଭାଯାତ୍ରାରେ ଅଣାଯାଇ ଗର୍ଭଗୃହରେ ରଖାଯାଇଛି। ଆଜିର ନୀତିକାନ୍ତି ନିମନ୍ତେ ସେବାୟତ ନିଯୋଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ମଧ୍ୟାହ୍ନ ଧୂପ ପରେ ଦେବ ଆବାହନ ହୋମ କରାଯାଇ, ମନ୍ତ୍ରସିଦ୍ଧ ଜଳରେ ଚନ୍ଦନ, ଅଗୁର, ଅତର, ଜାଇଫଳ, କର୍ପୁର ଓ କେଶର ଆଦି ମିଶ୍ରଣ କରାଯାଇ ମହାପ୍ରଭୁ ଅଲାରନାଥଙ୍କୁ ସର୍ବାଙ୍ଗ ସ୍ନାନ କରାଯିବ। ବର୍ଷରେ ଗୋଟିଏ ଥର ମହାପ୍ରଭୁ ଜଳ ସ୍ନାନ କରିଥାନ୍ତି ଏବଂ ତାଙ୍କୁ ରାଜାବେଶରେ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଥାଏ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Alarnatha_1706148861.jpg)