Advertisment

ସ୍ୱାଧୀନତା ଦିବସ: ମନମୋହନ ସିଂହଙ୍କ ରେକର୍ଡର ସମକକ୍ଷ ହେବେ ମୋଦି

ସେ ପତାକା ଉତ୍ତୋଳନ କରିବା ମାତ୍ରେ ନୂଆ ରେକର୍ଡର ଅଧିକାରୀ ହେବେ। ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସର୍ବାଧିକ ଥର ଜାତୀୟ ପତାକା ଉତ୍ତୋଳନ କରିବାର ରେକର୍ଡର ସମକକ୍ଷ ହେବେ। ମନମୋହନଙ୍କ ଭଳି ମୋଦି କ୍ରମାଗତ ୧୦ତମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରିବେ।

Pm Modi

Pm Modi

Advertisment

ଦେଶର ୭୭ତମ ସ୍ୱାଧୀନତା ଦିବସର ଦିନକୁ ପୂର୍ବରୁ ପୂରା ଭାରତ ଉତ୍ସବ ମୁଖର ହୋଇ ଉଠିଛି। ଆସନ୍ତାକାଲି ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ।

Advertisment

ସେ ପତାକା ଉତ୍ତୋଳନ କରିବା ମାତ୍ରେ ନୂଆ ରେକର୍ଡର ଅଧିକାରୀ ହେବେ। ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସର୍ବାଧିକ ଥର ଜାତୀୟ ପତାକା ଉତ୍ତୋଳନ କରିବାର ରେକର୍ଡର ସମକକ୍ଷ ହେବେ। ମନମୋହନଙ୍କ ଭଳି ମୋଦି କ୍ରମାଗତ ୧୦ତମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରିବେ।

ସର୍ବାଧିକ ଥର ତ୍ରିରଙ୍ଗା ଉତ୍ତୋଳନ କରିଥିବା ପ୍ରଧାନମନ୍ତ୍ରୀମାନଙ୍କ ତାଲିକାର ତୃତୀୟ ସ୍ଥାନରେ ମଧ୍ୟ ମୋଦି ଯୁଗ୍ମ ଭାବେ ରହିବେ। ପୂର୍ବରୁ ମନମୋହନ ସିଂହ ଏଠାରେ ରହିଛନ୍ତି। 

Advertisment

ଦେଶ ଏଯାଏ ୧୫ ଜଣ ପ୍ରଧାନମନ୍ତ୍ରୀଙ୍କୁ ପାଇଛି। ସେମାନଙ୍କ ମଧ୍ୟରୁ ୧୩ ଜଣ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇବାକୁ ସକ୍ଷମ ହୋଇଛନ୍ତି। ଗୁଲଜାରିଲାଲ ନନ୍ଦ ଓ ଚନ୍ଦ୍ର ଶେଖର ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ଲାଲକିଲ୍ଲାରେ ପତାକା ଉଡ଼ାଇବାକୁ ସକ୍ଷମ ହୋଇ ନଥିଲେ।

ସବୁଠାରୁ ଅଧିକ ଥର ପତାକା ଉତ୍ତୋଳନ କରିଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ। ସେ ପ୍ରଥମଥର ୧୯୪୭ ଅଗଷ୍ଟ ୧୫ରେ ଭାରତର ପତାକା ଉତ୍ତୋଳନ କରିଥିଲେ। ଶେଷଥର ପାଇଁ ସେ ୧୯୬୪ ମସିହା ମେ’ ୨୭ରେ ବି ପତାକା ଉତ୍ତୋଳନ କରିଥିଲା। ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କ୍ରମାଗତ ୧୭ଥର ପତାକା ଉତ୍ତୋଳନ କରିଛନ୍ତି।

ନେହରୁଙ୍କ ଝିଅ ଇନ୍ଦିରା ଗାନ୍ଧି ସର୍ବାଧିକ ପତାକା ଉତ୍ତୋଳନ କରିଥିବା ପ୍ରଧାନମନ୍ତ୍ରୀଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୧୬ଥର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତେବେ ସେ କ୍ରମାଗତ ୧୬ଥର ପତାକା ଉଡ଼ାଇ ନଥିଲେ। ଦୁଇଟି ପର୍ଯ୍ୟାୟରେ ସେ ଏଭଳି କୀର୍ତ୍ତିମାନ ହାସଲ କରିଥିଲେ।

ଇନ୍ଦିରା ଗାନ୍ଧି ପ୍ରଥମେ ୧୯୬୬ ଜାନୁଆରୀ ୨୪ରୁ ୧୯୭୭ ମାର୍ଚ୍ଚ ୨୪ ଯାଏ ପ୍ରଧାନମନ୍ତ୍ରୀ ରହିଥିଲେ। ଏହି ସମୟରେ ସେ କ୍ରମାଗତ ୧୧ଥର ପତାକା ଉତ୍ତୋଳନ କରିଥିଲେ। ସେହିପରି ୧୯୮୦ ଜାନୁଆରୀ ୧୪ରୁ ୧୯୮୪ ଅକ୍ଟୋବର ୩୧ ମଧ୍ୟରେ ଇନ୍ଦିରା ୬ଥର ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ମନମୋହନ ସିଂହ ୨୦୦୪ ମେ’ ୨୨ରୁ ୨୦୧୪ ମେ’ ୨୬ ମଧ୍ୟରେ ୧୦ଥର ଲାଲକିଲ୍ଲାରେ ପତାକା ଉଡ଼ାଇଥିଲେ। ଏବେ ମୋଦି ତାଙ୍କ ରେକର୍ଡର ସମକକ୍ଷ ହେବାକୁ ଯାଉଛନ୍ତି।

ଅଟଳ ବିହାରୀ ବାଜପେୟୀ କ୍ରମାଗତ ୬ଥର, ରାଜୀବ ଗାନ୍ଧି ୫ଥର, ଲାଲ ବାହାଦୂର ଶାସ୍ତ୍ରୀ ୨ ଥର, ମୋରଜୀ ଦେଶାଇ ୨ ଥର, ଚରଣ ସିଂହ, ଭିପି ସିଂହ, ଏଚଡି ଦେବଗୌଡା ଓ ଆଇକେ ଗୁଜରାଲ ‌ଥରେ ଲେଖାଏ ପତାତା ଉଡ଼ାଇଥିଲେ।

PM Modi Manmohan Singh Independence Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe