Advertisment

ଜାନୁଆରୀ ୨୮ରୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ, ଛୁଟିବ ଶିଳ୍ପପତିଙ୍କ ସୁଅ

ଜାନୁଆରୀ ୨୮, ୨୯ ଦୁଇ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଚାଲିବ ମେଗା ନିବେଶକ ସମ୍ମିଳନୀ- ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫। ପ୍ରଥମ ଥର ଲାଗି ରାଜ୍ୟର ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
Utkarsh Odisha

Utkarsh Odisha

Advertisment

ସଫଳତାର ସହ ସରିଛି ୩ ଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ। ଏବେ ରାଜ୍ୟ ସରକାରଙ୍କ ଫୋକସରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ। ସେଥିପାଇଁ ଦେଶର ସବୁ ବଡ଼ ଶିଳ୍ପପତିଙ୍କୁ ସରିଲାଣି ନିମନ୍ତ୍ରଣ। ପ୍ରଥମ ଥର ଲାଗି ରାଜ୍ୟର ଏହି ଶିଳ୍ପ ମହାକୁମ୍ଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପଟେ ପରିସ୍ଥିତି ଅନୁକୂଳ ଥିବାରୁ ଶିଳ୍ପପତିଙ୍କ ସୁଅ ଛୁଟିବ ବୋଲି ଆଶା ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ।

Advertisment

ଜାନୁଆରୀ ୨୮, ୨୯ ଦୁଇ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଚାଲିବାକୁ ଥିବା ମେଗା ନିବେଶକ ସମ୍ମିଳନୀ- ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ରେ ଯୋଗଦେବେ ଦେଶର ବଡ଼ ବଡ଼ ଶିଳ୍ପପତିଙ୍କ ସମେତ ବହୁ ବିଦେଶୀ ପୁଞ୍ଜି ନିବେଶକ। କନକ୍ଲେଭକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ପୂର୍ବ ସରକାର ଅମଳରେ କେବଳ ମେଟାଲ୍ ଭିତ୍ତିକ ଶିଳ୍ପକୁ ଅଗ୍ରାଧିକାର ଦିଆଯାଉଥିଲା। ନୂଆ ସରକାର ନିଯୁକ୍ତିଭିତ୍ତିକ ଶିଳ୍ପକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।

ସରକାରଙ୍କ ଫୋକସରେ ଅଛି ବୟନ, ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ, ଗ୍ରୀନ୍ ଆମୋନିଆ, ଜାହାଜ ନିର୍ମାଣ ଓ ମରାମତି ଆଦି ନିଯୁକ୍ତି ସୃଷ୍ଟିକାରୀ ଶିଳ୍ପ। ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ ପୂର୍ବରୁ ଦିଲ୍ଲୀ, ମୁମ୍ବାଇ ଓ ସିଙ୍ଗାପୁରରେ ରୋଡ୍ ଶୋ’ କରାଯାଇଛି। ୬ ମାସ ଭିତରେ ରାଜ୍ୟରେ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶକୁ ଅନୁମୋଦନ ଦିଆଗଲାଣି। ଉତ୍କର୍ଷ ଓଡ଼ିଶା କନକ୍ଲେଭ ପାଇଁ JSW ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, JSPL ମୁଖ୍ୟ ନବୀନ ଜିନ୍ଦଲ, ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ, ବିର୍ଲା ଗ୍ରୁପ୍ ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲାଙ୍କ ସମେତ ଟାଟା, ରିଲାଏନ୍ସ ଭଳି ସବୁ ବଡ଼ ଶିଳ୍ପସଂସ୍ଥାକୁ ନିମନ୍ତ୍ରଣ କରାଯାଇଛି।

Advertisment

ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ସଫଳ କରାଇବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରମ୍ବାର ସମୀକ୍ଷା କରୁଛନ୍ତି। ଯେତିକି ପୁଞ୍ଜିନିବେଶ ଆସିବ, କିଭଳି ତା’କୁ ବାସ୍ତବତାର ରୂପ ଦିଆଯିବ, ତା’ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଅର୍ଥନୀତି ବିଶେଷଜ୍ଞଙ୍କ ମତରେ, ଆମ ରାଜ୍ୟରେ ଯଦିଓ ପର୍ଯ୍ୟାପ୍ତ ଖଣିଜ ସମ୍ପଦ ଭରି ରହିଛି, କିନ୍ତୁ ପୂର୍ବରୁ ଶିଳ୍ପସଂସ୍ଥାଙ୍କୁ ଠିକ୍ ସମୟରେ ଜମି ମିଳୁ ନଥିଲା। ସରକାରୀ ସ୍ତରରେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ବହୁ ବିଳମ୍ବ ହେଉଥିଲା। କିନ୍ତୁ ଡବଲ୍ ଇଞ୍ଜିନ ସରକାର ହେବା ପରେ ବହୁ ଶିଳ୍ପପତି ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଉଛନ୍ତି।

ଅପରପକ୍ଷରେ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ଆସିଥିବା ବହୁ ପ୍ରବାସୀ ରାଜ୍ୟର ପୁଞ୍ଜିନିବେଶ ସମ୍ଭାବନା ନେଇ ଜାଣିବାକୁ ଆଗ୍ରହ ଦେଖାଇଥିଲେ। ହୁଏତ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଜରିଆରେ ସେମାନେ ମଧ୍ୟ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇପାରନ୍ତି ବୋଲି ଆଶା ରଖିଛନ୍ତି ବିଶେଷଜ୍ଞ। ତେବେ ଏହି କନକ୍ଲେଭ ବାସ୍ତବରେ କେତେ ସଫଳ ହେଉଛି, ଆଉ ରାଜ୍ୟକୁ କେତେ ଟଙ୍କାର ପୁଞ୍ଜିନିବେଶ ଆଗ୍ରହ ଆସୁଛି, ତାହା ଦେଖିବାକୁ ବାକି ରହିଲା।

Bjp Make In Odisha PM Narendra Modi CM Mohan Majhi Utkarsh Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe