Advertisment

'ବିଜୁ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ପିଢ଼ି ପରେ ପିଢ଼ିଙ୍କୁ ପ୍ରେରଣା ଯୋଗାଏ'

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Debibandita Barick
PM Modi & Biju Babu's File Photo

PM Modi & Biju Babu's File Photo

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋଶାଲ ମିଡିଆ ଏକ୍ସ ପୋଷ୍ଟରେ ବିଜୁ ବାବୁଙ୍କୁ ପ୍ରଶଂସା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Advertisment

ସେ କହିଛନ୍ତି, "ବିଜୁ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ପିଢ଼ି ପରେ ପିଢ଼ିଙ୍କୁ ପ୍ରେରଣା ଯୋଗାଏ। ଦେଶ ପାଇଁ ତାଙ୍କ ଅବଦାନ ଓ ବିକାଶ ପାଇଁ ପ୍ରତିବଦ୍ଧତା ଉଦାହରଣ ସୃଷ୍ଟି କରିଛି।"

ସ୍ୱର୍ଗତ ବିଜୁ ପଟ୍ଟନାୟକ ୧୯୬୧ ମସିହାରୁ ୧୯୬୩ ଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ। କେନ୍ଦ୍ରରେ କୋଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ଜଣେ ନିର୍ଭିକ ପାଇଲଟ ଭାବେ ତାଙ୍କର ସୁଖ୍ୟାତି ରହିଛି। 

Advertisment

ତାଙ୍କ ନେତୃତ୍ୱ ଓ ସାହସିକତା ପାଇଁ ଇଣ୍ଡୋନେସିଆ ସରକାର ବିଜୁ ବାବୁଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲେ। ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ସେ ଥିଲେ ସୂତ୍ରଧର। ଆଜିର ଦିନକୁ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ଭାବେ ମଧ୍ୟ ପାଳନ କରାଯାଏ।

ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜି ଆଜି ଓଡ଼ିଶା ଗସ୍ତରେ ଅଛନ୍ତି। ସେ ୧୯ ହଜାର ୬ ଶହ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଭେଟି ଦେବାର କାର୍ଯ୍ୟକ୍ରମ ରହିଛି।

Biju Babu Jayanti Biju Patnaik PM Narendra Modi