Advertisment

ଉତ୍କଳ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା, ଏହି ଦିନ କର୍ମତତ୍ପର ବ୍ୟକ୍ତିଙ୍କୁ ସ୍ମରଣ କରାଏ

ଓଡିଆରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ...

PM Modi

PM Modi

Advertisment

ଉତ୍କଳ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ପ୍ରତିଟି ଓଡ଼ିଆଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେ ସୋଶାଲ ମିଡିଆ ଏକ୍ସରେ ଓଡ଼ିଆ ଭାଷାରେ ଏକ ପୋଷ୍ଟ କରିଛନ୍ତି।

Advertisment

ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ସମସ୍ତଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା! ଏହି ଦିନ ଆମକୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଏବଂ କର୍ମତତ୍ପର ଜନସାଧାରଣଙ୍କ ବିଷୟରେ ସ୍ମରଣ କରାଇଥାଏ। ରାଷ୍ଟ୍ରର ପ୍ରଗତିରେ ରାଜ୍ୟର ଉଲ୍ଲେଖନୀୟ ଯୋଗଦାନ ରହିଛି। ମୁଁ ଓଡ଼ିଶାବାସୀଙ୍କ ସଫଳତା ଓ ସମୃଦ୍ଧି କାମନା କରୁଛି।"

Advertisment

୧୯୩୬ ମସିହା ଆଜିର ଦିନରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଏହି ସ୍ୱତନ୍ତ୍ର ଦିବସକୁ ମନେ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଉତ୍କଳ ଦିବସ ପାଳନ କରାଯାଏ। ଦୀର୍ଘଦିନ ଧରି ସଂଗ୍ରାମ ପରେ ଓଡିଶାକୁ ସ୍ୱତନ୍ତ୍ର ପରିଚୟ ଦେବାରେ ଭାଷା ଆନ୍ଦୋଳନକାରୀମାନେ ସଫଳ ହୋଇଥିଲେ। ସେମାନଙ୍କ ମଧ୍ୟରେ ଗୋପବନ୍ଧୁ ଦାସ, ମଧୂସୂଦନ ଦାସ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର ଥିଲେ ଅନ୍ୟତମ।

PM Modi Utkal Divas PM Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe