Advertisment

ପୋଙ୍ଗଲର ପ୍ରଥମ ଦିନରେ ପାଳିତ ହେଲା ଭୋଗି ଉତ୍ସବ

ଭୋଗି ଉତ୍ସବ ଅବସରରେ ସାହିରେ ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯଥା ମ୍ୟୁଜିକ ଚେୟାର, ପୁସିଂ ବଲ୍‌, ଝୋଟି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

Pongal

Pongal

Advertisment

ଆଜିଠୁ ଦକ୍ଷିଣ ଭାରତୀୟଙ୍କ ବଡ଼ ପର୍ବ ପୋଙ୍ଗଲ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭୋଗି ଉତ୍ସବ ହୋଇଛି। ତେଲୁଗୁ ସଂପ୍ରଦାୟର ଲୋକେ କାଠ ଗଣ୍ଡିରେ ଅଗ୍ନି ସଂଯୋଗ କରି ମନରେ ଥିବା ରାକ୍ଷସ ରୁପି ରାବଣକୁ ବାହାର କରି ନୂତନ ଓ ସୁସ୍ଥ ସମାଜ ଗଠନ ଦିଗରେ ପୂଜାର୍ଚ୍ଚନା କରିଛନ୍ତି। ସେଇ କ୍ରମରେ କୋରାପୁଟ ଜିଲ୍ଲା ଜୟପୁର ସହରରେ ବେଶ ଧୁମ୍‌ଧାମରେ ଭୋଗି ଉତ୍ସବ ପାଳିତ ହୋଇଛି। ବିଶେଷ କରି ତେଲୁଗୁ ସଂପ୍ରଦାୟର ପର୍ବ ହୋଇଥିଲେ ମଧ୍ୟ ଜୟପୁର ସହରର ଶୌରା ସାହିରେ ସର୍ବଧର୍ମ ସମନ୍ଵୟ ଭଳି ସମସ୍ତ ଓଡ଼ିଆଙ୍କ ସମେତ ମୁସଲିମ୍‌ ଓ ତେଲୁଗୁ ସମ୍ପ୍ରଦାୟ ଲୋକେ ମିଳିତ ଭାବେ ଭୋଗି ପାଳନ କରିଛନ୍ତି।

Advertisment

ଭୋଗି ଉତ୍ସବ ଅବସରରେ ସାହିରେ ବିଭିନ୍ନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯଥା ମ୍ୟୁଜିକ ଚେୟାର, ପୁସିଂ ବଲ୍‌, ଝୋଟି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଛୋଟ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ଯାଏ ଭାଗ ନେଇଥିଲେ। ଏପରିକି ବିଜେତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ସେହିପରି ସହରର ପିଆର ପେଟା, ଜମଲ କଲୋନୀ, ଭୂପତି ସାହି, ବ୍ୟାଙ୍କ କଲୋନି, ଜେଲ୍‌ ରୋଡ୍‌ ଅନେକ ଅଞ୍ଚଳରେ ବେଶ ଧୂମଧାମରେ ଭୋଗି ଉତ୍ସବ ପାଳିତ ହୋଇଛି। ଆସନ୍ତାକାଲି ପୋଙ୍ଗଲ, ଯାହାକି ପିତୃ ପୁରୁଷଙ୍କୁ ପିଣ୍ଡଦାନ କରି ନୂଆ ଖାଇବେ।

ରିପୋର୍ଟ- ଜୟପୁରରୁ ଟି.ଗୌରୀଶଙ୍କର

Koraput Pongal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe