Advertisment

ଭୁବନେଶ୍ୱରରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ ଆରମ୍ଭ

ଓଡ଼ିଆରେ ପ୍ରବସୀଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଥିଲେ, ପ୍ରବାସୀମାନେ ହେଉଛନ୍ତି ବିକଶିତ ଓଡ଼ିଶାର ବ୍ରାଣ୍ଡ ଆମ୍ବାସଡର। ଆମର ବିଶ୍ୱାସ ଯେ ଏହି ଅନୁଭୂତିକୁ ବିଶ୍ୱ ଦରବାରରେ ଆପଣ ମାନେ ପହଞ୍ଚାଇବେ।

PBD

PBD

Advertisment

ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରବାସୀ ଭାରତୀୟ ଦିବସ। ଏହି ୩ ଦିନିଆ ସମାରୋହକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦଘାଟନ କରିବାକୁ ଥିବା ବେଳେ ଜନତା ମୈଦାନରେ ଏକାଠି ହେବେ ୭୦ରୁ ଅଧିକ ଦେଶରୁ ଆସିଥିବା ପ୍ରାୟ ୪ ହଜାର ପ୍ରବାସୀ ଓ ବହୁ ଭିଭିଆଇପି ଅତିଥି।

Advertisment

ଆଜି ପ୍ରଥମ ଦିନରେ ଯୁବ ପ୍ରବାସୀ ଭାରତୀୟ ଦିବସର ଶୁଭାରମ୍ଭ କରିଛନ୍ତି ୨ କେନ୍ଦ୍ରମନ୍ତ୍ରୀ ଏସ୍.ଜୟଶଙ୍କର ଓ ମନସୁଖ୍  ମାଣ୍ଡଭିୟ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଥିଲେ ଯେ ଭାରତ ସହ ପ୍ରବାସୀମାନଙ୍କର ସହଭାଗିତା ବିକଶିତ 
ଭାରତର ସ୍ୱପ୍ନକୁ ସାକାର କରିବ। ଏଥିସହିତ 3T- ଟ୍ରେଡ୍, ଟେକ୍ନୋଲୋଜି ଓ ଟୁରିଜମ୍‌ରେ ସାମର୍ଥ୍ୟ ଯୋଗୁ ଓଡ଼ିଶା ପୁଞ୍ଜି ନିବେଶ ପାଇଁ ପ୍ରକୃଷ୍ଟ ସ୍ଥାନ ବୋଲି କହିଥିଲେ।

ସେହିପରି ମନସୁଖ୍ ମାଣ୍ଡଭିୟ ତାଙ୍କ ଭାଷଣରେ ଭାରତର ବିକାଶରେ ପ୍ରବାସୀଙ୍କ ଭାଗିଦାରୀ ବଢେଇବାକୁ ଆହ୍ୱାନ ଦେଇଥିଲେ। ବିଶେଷ କରି ଦେଶ ବିଦେଶରେ ଯୁବ ନେତୃତ୍ୱର ବିକାଶ ଏବଂ ଏକ ଲକ୍ଷ ଯୁବ ନେତୃତ୍ୱ ତିଆରି ପାଇଁ ପ୍ରଧାନମନ୍ତ୍ରୀଙ୍କ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

Advertisment

ଓଡ଼ିଆରେ ପ୍ରବସୀଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଥିଲେ, ପ୍ରବାସୀମାନେ ହେଉଛନ୍ତି ବିକଶିତ ଓଡ଼ିଶାର ବ୍ରାଣ୍ଡ ଆମ୍ବାସଡର। ଆମର ବିଶ୍ୱାସ ଯେ ଏହି ଅନୁଭୂତିକୁ ବିଶ୍ୱ ଦରବାରରେ ଆପଣ ମାନେ ପହଞ୍ଚାଇବେ।

ଦ୍ୱିତୀୟ ଅଧିବେଶନରେ ଓଡ଼ିଶାରେ ପୁଞ୍ଜି ନିବେଶ ସୁଯୋଗ ପ୍ରବାସୀ ଭାରତୀୟଙ୍କ ଆଗରେ ଉପସ୍ଥାପନ କରିଥିଲେ ଓଡିଶା ସରକାର। ଓଡ଼ିଶାର ଶିଳ୍ପ ନୀତି ଓ ଶିଳ୍ପ ଅନୁକୂଳ ଭିତ୍ତିଭୂମି ଓ ଇଜ ଅଫ୍ ଡୁଇଂ ବିଜିନେସକୁ ଉପସ୍ଥାପିତ କରାଯାଇଥିଲା। ୬୫୦ରୁ ଅଧିକ ପ୍ରବାସୀ ଏହି ଅଧିବେଶନରେ ଯୋଗ ଦେଇଥିଲେ। ଓଡ଼ିଶାରେ ନିବେଶ ନେଇ ଆଗ୍ରହ ପ୍ରକାଶ କରିବା ସହ ଓଡ଼ିଶା ସରକାରଙ୍କ ସହଯୋଗକୁ ପ୍ରଶଂସା କରିଥିଲେ ପ୍ରବାସୀ ଭାରତୀୟମାନେ।

ତୃତୀୟ ଅଧିବେଶନରେ ପ୍ରବାସୀଙ୍କୁ ଓଡ଼ିଶାର ପର୍ଯ୍ୟଟନ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ନେଇ ହୋଇଥିଲା ଆଲୋଚନା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓଡ଼ିଶାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ଏବଂ ଅପାର ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ।

Pravasi Bharatiya Divas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe