Advertisment

ସବୁଠି ନୂଆଁଖାଇ ଉତ୍ସବର ମାହୋଲ; ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା ବାର୍ତ୍ତା

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଅଭିନନ୍ଦନ ଜଣାଇ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ, ବିଶେଷ କରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Nuakhai

Nuakhai

ଆଜି ନୂଆଁଖାଇ। ପଶ୍ଚିମ ଓଡିଶାର ଏହି ଗଣପର୍ବ ଲାଗି ସବୁଠି ଉତ୍ସାହ। ନିଜର ନୂଆ ଫସଲକୁ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରିଛନ୍ତି ଚାଷୀ। ଆଜି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ପୂବାହ୍ନ ୧୦ଟା ୨୭ ମିନିଟରୁ ୧୦ଟା ୪୨ ମିନିଟ୍ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ବହୁ ବିଶିଷ୍ଟ ରାଜନେତା ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଖାଇ ଅଭିନନ୍ଦନ ଜଣାଇ ଟ୍ୱିଟ କରିଛନ୍ତି।

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଅଭିନନ୍ଦନ ଜଣାଇ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ, ବିଶେଷ କରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ଏଥିସହ ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ । ନୂଆଁଖାଇ ଆମକୁ ଭାତୃତ୍ୱ ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଥାଏ । ଏହି ଶୁଭ ଅବସରରେ ଦେଶ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ରାଷ୍ଟ୍ରପତି ଟ୍ୱିଟ କରିଛନ୍ତି।

Advertisment

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତ ଦେଶବାସୀ, ବିଶେଷ କରି ଓଡ଼ିଶାବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭକାମନା ! ଧାନ ଅମଳର ଆନନ୍ଦ ଉଲ୍ଲାସ ଭିତରେ ଏହି ପର୍ବ ପାଳିତ ହୋଇଥାଏ । ନୂଆଁଖାଇ ଆମକୁ ଭ୍ରାତୃତ୍ୱ ଓ ପାରସ୍ପରିକ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଥାଏ । ଏହି ଶୁଭ ଅବସରରେ ଦେଶ ତଥା ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ମୁଁ…

— President of India (@rashtrapatibhvn) September 20, 2023

ଏହି ଅବସରରେ ନବୀନ ପଟ୍ଟନାୟକ ମଧ୍ୟ ଜଣାଇଛନ୍ତି ଶୁଭେଚ୍ଛା । କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ମା’ ସମଲେଇଙ୍କ ଆଶୀର୍ବାଦରୁ ସୁଖ ସମୃଦ୍ଧି ଆସୁ ବୋଲି କାମନା କରିଛନ୍ତି ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ମା’ ସମଲେଇଙ୍କ ନିକଟରେ ପ୍ରାର୍ଥନା କରିବା ସହ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ କାମନା କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ କରି ନୂଆଖାଇର ଶୁଭେଚ୍ଛା ଜଣାଇଛନ୍ତି । ନୂଆଦିଲ୍ଲୀରେ ପାଳିତ ହେଉଥିବା ନୂଆଁଖାଇ ଉତ୍ସବରେ ସାମିଲ ହୋଇ ମନ୍ତ୍ରୀ ବେଶ ଖୁସି ଥିବା ବେଳେ ସମସ୍ତଙ୍କ ସୁଖ ସମୃଦ୍ଧି ଆଶା କରିଛନ୍ତି।

ପୁରୀ ବେଳାଭୂମିରେ ବାଲୁକାକଳାରେ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଓଡିଶାର ଯେଉଁମାନେ ଓଡିଶା ଆସିପାରିନାହାନ୍ତି ସେମାନଙ୍କୁ ନୁଆଁଖାଇ ଜୁହାର କରିଛନ୍ତି। ବାଲୁକା କଳା ମାଧ୍ୟମରେ ନୁଆଁଖାଇ ଜୁହାରର ଶାନ୍ତି, ମୈତ୍ରୀ ଓ ଭାଇଚାରାର ବାର୍ତ୍ତା ଦେଇଛନ୍ତି।

ଓଡ଼ିଶା ବାହାରେ ରାଜଧାନୀ ଦିଲ୍ଲୀରେ ବି ବେଶ ଧୁମଧାମର ସହ ପାଳିତ ହୋଇଛି ନୂଆଁଖାଇ । ଦିଲ୍ଲୀ ହଜଖାସ୍ ଜଗନ୍ନାଥ ମନ୍ଦିରରେ କେନ୍ଦ୍ରାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଜେପି ସାଂସଦମାନେ ଏକାଠି ହୋଇ ପାଳିଛନ୍ତି ନୂଆଁଖାଇ। ପ୍ରଥମେ ମା’ ସମଲେଇଙ୍କୁ ପୂଜାର୍ଚ୍ଚନା ପରେ ଭେଟ୍ ଘାଟ ହୋଇଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ସଂଗୀତା ସିଂଦେଓ ଓ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ସାମିଲ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ନୂଆଁଖାଇ ପାଳନ କରିଛନ୍ତି। ନୂଆଁଖାଇ ଏକ ଭାଇଚାରାର ପର୍ବ, ଯାହାକୁ ସାରା ଓଡ଼ିଶା ବାସୀ ଅତି ଉଲ୍ଲାସର ସହ ପାଳନ କରନ୍ତି ବୋଲି ଅତିଥିମାନେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ବହୁ ଓଡ଼ିଆ ମଧ୍ୟ ସାମିଲ ହୋଇଥିଲେ।

Nua Khai