Advertisment

ଆମନ୍ତ୍ରୀତ ହେଲେ ରାଷ୍ଟ୍ରପତି; ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ

ଏହି ଭବ୍ୟ ସମାରୋହରେ ଯୋଗ ଦେବା ପାଇଁ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇଛି।

President of India

President of India

Advertisment

ଜାନୁଆରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ଭବ୍ୟ ସମାରୋହରେ ଯୋଗ ଦେବା ପାଇଁ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ କରାଯାଇଛି।

Advertisment

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କମିଟିର ସଭାପତି ନୃପେନ୍ଦ୍ର ମିଶ୍ର ରାଷ୍ଟ୍ରପତି ଭବନ ଯାଇ ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହକୁ ନିମନ୍ତ୍ରଣ କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଏବଂ ଆରଏସଏସ ନେତା ରାମ ଲାଲ ମଧ୍ୟ ଏଡି ଅବସରରେ ଉପସ୍ଥିତ ଥିଲେ।

ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସୁଯୋଗ ପାଇ ରାଷ୍ଟ୍ରପତି ବହୁତ ଖୁସି ବ୍ୟକ୍ତ କରିଛନ୍ତି ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି। ଏଥିନିମନ୍ତେ ସେ ଖୁବ୍‌ ଶୀଘ୍ର ସମୟ ଧାର୍ଯ୍ୟ କରି ଜଣାଇବେ ବୋଲି ରାଷ୍ଟ୍ରପତି କହିଥିବା ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ପ୍ରବକ୍ତା ବିନୋଦ ବଂଶଲ ଟ୍ୱିଟ କରିଛନ୍ତି।

Advertisment

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ୱ ବିଶେଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିନିମନ୍ତେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବହୁ ସଂଖ୍ୟାରେ ଫୋର୍ସ ଅଯୋଧ୍ୟାର ଗଳି ଗଳିରେ ମୁତୟନ କରାଯାଇଥିବା ବେଳେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ସିସିଟିଭି ଖଞ୍ଜା ଯାଇଛି।

Drouapdi Murmu Ayodhya Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe