Advertisment

ଆଜି ଉଦଯାପିତ ହେବ ପ୍ରବାସୀ ଭାରତୀୟ ସମ୍ମେଳନ, ସାମିଲ ହେବେ ରାଷ୍ଟ୍ରପତି

ପ୍ରବାସୀ ଭାରତୀୟ ସମ୍ମେଳନରେ ସାମିଲ ହେବା ଲାଗି ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗ ଦେବେ ମହାମହିମ।

author-image
Niharika Rout
President With GFovernor & CM

President With GFovernor & CM

ପ୍ରବାସୀ ଭାରତୀୟ ସମ୍ମେଳନରେ ସାମିଲ ହେବା ଲାଗି ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗ ଦେବେ ମହାମହିମ।

Advertisment

ଆଜି ଅପରାହ୍ନରେ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ସମାପନ ସମାରୋହ ତଥା ପୁରସ୍କାର ପ୍ରଦାନ ଉତ୍ସବରେ ସାମିଲ ହେବେ ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା ସରିଛି । ଏହାପରେ ସେ ନୂଆଦିଲ୍ଲୀ ଫେରିଯିବେ। ଗତକାଲି ସଂଧ୍ୟାରେ ରାଷ୍ଟ୍ରପତି ମୁର୍ମୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଥିଲେ।

ସୂଚନାଯୋଗ୍ୟ, ଏହି ୩ଦିନିଆ ସମାରୋହକୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଉଦଘାଟନ କରିଥିଲେ । ଜନତା ମଇଦାନରେ ଆୟୋଜିତ ଏହି ସମାରୋହରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିଥିଲେ ।

Advertisment

ଗତ ତିନି ଦିନ ଧରି ସାରା ବିଶ୍ୱରୁ ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରକୁ ଆସି ଓଡ଼ିଶାର କଳା ସାହିତ୍ୟ, ସଂସ୍କୃତି ଓ ଖାଦ୍ୟ ପାନୀୟକୁ ପରଖିଛନ୍ତି। ଏହାସହ ଓଡ଼ିଶାର ବିଭିନ୍ନ କୋଣଅନୁକୋଣରେ ଥିବା ପର୍ଯ୍ୟଟନ ସ୍ଥଳି ବୁଲି ନିଜ ଖୁସି ବ୍ୟକ୍ତି କରିଛନ୍ତି।

President Of India Droupadi Murmu Pravasi Bharatiya Divas