Advertisment

ଅଯୋଧ୍ୟାରେ ପୁରୀ ଗଜପତି ମହାରାଜା; ପ୍ରାଣ ପ୍ରତିଷ୍ଠା ସମାରୋହରେ ହେଲେ ସାମିଲ

ପୁରୀ ଗଜପତି ମହାରାଜା ମଧ୍ୟ ଅଯୋଧ୍ୟା ଗସ୍ତ କରିଛନ୍ତି। ବହୁ ପ୍ରତିକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହ ନିମନ୍ତେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଯୋଧ୍ୟରେ ଉପସ୍ଥିତ ଅଛନ୍ତି।

author-image
Niharika Rout
Puri Gajapati

Puri Gajapati

ଆଜି ସମଗ୍ର ଦେଶ ହୋଇ ଉଠିଛି ରାମମୟ । ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଦେଖିବା ପାଇଁ ସମସ୍ତେ ବ୍ୟଗ୍ର ହୋଇ ଉଠିଛନ୍ତି। ଶହ ଶହ ବର୍ଷ ବର୍ଷ ଧରି ଯେଉଁ ପବିତ୍ର ମୁହୂର୍ତ୍ତର ଅପେକ୍ଷା ଥିଲା ତାହା ଆଜି ଆସି ପହଞ୍ଚିଛି। ଏହି ଉତ୍ସବରେ ସାମିଲ ହେବାକୁ ଦେଶବିଦେଶରୁ ବହୁ ଭିଭିଆଇପି ଅଯୋଧ୍ୟାରେ ପହଞ୍ଚିଛନ୍ତି।

Advertisment

ଏହି ଅବସରରେ ପୁରୀ ଗଜପତି ମହାରାଜା ମଧ୍ୟ ଅଯୋଧ୍ୟା ଗସ୍ତ କରିଛନ୍ତି। ବହୁ ପ୍ରତିକ୍ଷିତ ପ୍ରାଣ ପ୍ରତିଷ୍ଠା ସମାରୋହ ନିମନ୍ତେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଯୋଧ୍ୟରେ ଉପସ୍ଥିତ ଅଛନ୍ତି। ତାଙ୍କ ସହ ମହାରାଣୀ ଲୀଳାବତୀ ପାଟ୍ଟମହାଦେଇ ମଧ୍ୟ ଅଯୋଧ୍ୟା ଗସ୍ତ କରିଛନ୍ତି ।

ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା ଅନୁଷ୍ଠାନରେ ମୁଖ୍ୟ ଯଜମାନ ଦାୟିତ୍ୱ ତୁଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିନିମନ୍ତେ ସେ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି । ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କଲେ ମୋଦି । ଏଥିସହ ସେ ପ୍ରାଣ ପ୍ରତିଷ୍ଠା ଯଜମାନୀ କାର୍ଯ୍ୟ ଆରମ୍ଭ କରିଛନ୍ତି ।

Advertisment

ଆଜି ଅପରାହ୍ନ ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ଅର୍ଥାତ୍ ୩୦ ମିନିଟ୍ ରହିଛି ମାହେନ୍ଦ୍ର ବେଳା। ଆଉ ମାତ୍ର ୮୪ ସେକେଣ୍ଡ ରହିବ ଅଭିଜିତ ମୁହୂର୍ତ୍ତ। ତେଣୁ ଏହି ଦୁର୍ଲଭ ମୁହୂର୍ତ୍ତ ଅର୍ଥାତ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ୍ ୩୨ ସେକେଣ୍ଡ ଭିତରେ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ।

ଲକ୍ଷ୍ନୌରୁ ଆସିଥିବା ୫୬ ଭୋଗ ପ୍ରଭୁ ରାମଙ୍କ ନିକଟରେ ଲାଗି ହେବ। ରୂପା ଥାଳି ଓ ରୂପା ଗିନାରେ ସଜେଇ ହୋଇ ରହିବ ରସଗୋଲା, ଗୁଲାବଜାମୁନ, ଇମର୍ତି, ସ୍ୱତନ୍ତ୍ର ତୁଳସୀ ତିଆରି ମିଠା ସମେତ ୫୬ ପ୍ରକାର ପ୍ରସାଦ।

Puri Gajapati Ayodhya Ram Mandir