Advertisment

ରାଜଧାନୀକୁ ଫେରିଲା ‘ରାହାଗିରି’, ଡିସେମ୍ବର ଶେଷ ରବିବାର ସକାଳେ ରାଜପଥରେ ଜମିବ ଭିଡ

ରାଜଧାନୀରେ ମେଟ୍ରୋ ନେଇ ଶ୍ରୀମତି ଦାସ କହିଛନ୍ତି, ଭୁବନେଶ୍ଵର ଲାଗି ଆଜି ଏକ ଐତିହାସିକ ଦିନ। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ସହ MOU ସ୍ୱାକ୍ଷର ହୋଇଛି।

author-image
Manoranjan Sial
Raahgiri

Raahgiri

ଡିସେମ୍ବର ଶେଷ ରବିବାର ଭୁବନେଶ୍ୱରରେ ଆରମ୍ଭ ହେବ ରାହାଗିରି। ଏବର୍ଷ ୩ଟି ଜୋନରେ ୩ଟି ରାହାଗିରି ହେବ। ଡିସେମ୍ବର ଶେଷ ରବିବାର ଓ ଜାନୁଆରୀ ମାସର ପ୍ରଥମ ଦୁଇଟି ରବିବାର ଅନୁଷ୍ଠିତ ହେବ ରାହାଗିରି। ସେଥିପାଇଁ ଆଜି ପ୍ରତି ଜୋନରୁ ଦୁଇଜଣ ଲେଖାଏଁ କର୍ପୋରେଟର, ZDC ଓ ଆଡିସନାଲ କମିଶନରଙ୍କୁ ନେଇ ଗଠନ ହୋଇଛି କମିଟି। ରାହାଗିରିରେ କ’ଣ କ’ଣ କରାଯିବ, ତାହା କମିଟି ନିର୍ଦ୍ଧାରଣ କରିବ। ଭୁବନେଶ୍ଵର ମହାନଗର ନିଗମ(ବିଏମ୍‌ସି) ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ।

Advertisment

ରାଜଧାନୀରେ ମେଟ୍ରୋ ନେଇ ଶ୍ରୀମତି ଦାସ କହିଛନ୍ତି, ଭୁବନେଶ୍ଵର ଲାଗି ଆଜି ଏକ ଐତିହାସିକ ଦିନ। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ସହ MOU ସ୍ୱାକ୍ଷର ହୋଇଛି। ଏଥିସହ ଭୁବନେଶ୍ଵରର ତିନୋଟି ସ୍ଥାନରେ ଆଫୋର୍ଡେବଲ୍ ହାଉସିଂ ପ୍ରକଳ୍ପ ଆବାସ ଅଧିନରେ ଘର ଯୋଗାଇ ଦିଆଯାଉଛି। ଆଜି ବସିଥିବା ଭୁବନେଶ୍ଵର ମହାନଗର ନିଗମ ବୈଠକରେ ସର୍ବସମ୍ମତିକ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି ବୋଲି ମେୟର କହିଛନ୍ତି।

ସେ ଆହୁରି କହିଛନ୍ତି, ୭ ନମ୍ବର ୱାର୍ଡରେ ଡ୍ରେନ୍‌ କାମ ବର୍ଷକରୁ ଅଧିକ ବିଳମ୍ୱ ହେଇଥିବାରୁ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି। ଯଦି ଠିକାଦାର କାରଣ ଦର୍ଶାଇ ନ ପାରିବେ ତାଙ୍କୁ ବ୍ଲାକ ଲିଷ୍ଟେଡ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ୱାର୍ଡ ଅଫିସ ନିମନ୍ତେ ଘର ତିଆରି ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ସତ୍ୟନଗର ଶ୍ମଶାନ ସମେତ ୫ଟି ଶ୍ମଶାନ କାମ ତ୍ୱରାନ୍ୱିତ ପାଇଁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀମତୀ ଦାସ କହିଛନ୍ତି।

Advertisment

ସୁଲୋଚନା ଦାସ ଆହୁରି କହିଛନ୍ତି, ଜାଗା ମିଶନ ସମ୍ପର୍କିତ ଅଭିଯୋଗ ଶୁଣାଣି ପାଇଁ BMC ପକ୍ଷରୁ ସ୍ୱତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଛି। ଏହାଛଡ଼ା ଯେଉଁ ଅଭିଯୋଗ ଆସୁଛି, ତାକୁ ବ୍ୟକ୍ତିଗତ ଭାବେ ଶୁଣାଣି କରାଯାଉଛି। ତେଣୁ କୌଣସି ଅସୁବିଧା ରହିବନି ବୋଲି କହିଛନ୍ତି ମେୟର। ତେବେ ଆବାସ ଯୋଜନା ଓ ଜାଗା ମିଶନ ଅନିୟମିତତାକୁ ନେଇ ବୈଠକରେ କର୍ପୋରେଟରମାନେ ହଲାବୋଲ କରିଥିବା ଜଣାପଡ଼ିଛି।

Bhubaneswar Bhubaneswar News