Advertisment

ଆଜି ଅଁଳା ନବମୀ, ରାଧାପାଦ ଦର୍ଶନ ପାଇଁ ଭକ୍ତଙ୍କ ଗହଳି

ପୁରୀ ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ନୀତି ହେବ।

ଅଦ୍ୟତନ ହୋଇଛି
Sakhigopal

Sakhigopal

Advertisment

ଆଜି ପବିତ୍ର ଅଁଳା ନବମୀ। ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ରାଧାଙ୍କ ଓଡ଼ିଆଣୀ ବେଶସାଙ୍ଗକୁ ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବର୍ଷକରେ ଦିନ ଟିଏ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିଛି।

Advertisment

ଆଜି ରାତି ୧ ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଆଦି କରାଯାଇ ରାଧାରାଣୀଙ୍କ ସୁସଜ୍ଜିତ ବେଶ କରାଯାଇଛି। ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ  ହୋଇଛନ୍ତି ମାଆ ରାଧାରାଣୀ ଓ ପ୍ରଭୁ ସାକ୍ଷୀ ଗୋପୀନାଥ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇ ଥିବାବେଳେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବ୍ୟାରିକେଡ୍ ନିର୍ମାଣ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ୨୦ ପ୍ଲାଟୁନ ଫୋର୍ସ। ଅନ୍ୟପକ୍ଷରେ ଠାକୁରଙ୍କ ସଅଳ ନୀତିକାନ୍ତି ସହ ଶୀଘ୍ର ବେଶ ସାରିବାକୁ ସେବାୟତଙ୍କୁ ନିବେଦନ କରିଛି ପ୍ରଶାସନ।  

Advertisment
Puri Sakhigopal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe