ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ ପର୍ବ। ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପାଳିତ ହୋଇଥାଏ ଏହି ପର୍ବ। ରତ୍ନ ସିଂହାସନରେ ମଧ୍ୟାହ୍ନ ଧୂପ ଉଠିଲେ ଲକ୍ଷ୍ମୀଦେବୀଙ୍କୁ ସିଂହାସନରେ ବିଜେ କରାଯାଇଥାଏ। ମହାଜନ ସେବକମାନେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ହସ୍ତରେ ନେଇ ଖଟରେ ବିଜେ କରାଇଥାନ୍ତି।
ପୂଜାପଣ୍ଡା ସେବକ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନ ଦେବଙ୍କୁ ପ୍ରଦାନ କରିବାପରେ ଦଇତାପତି ସେବକମାନେ ହସ୍ତରେ ବିଜେ କରାଇ ଆଣି ଜଗମୋହନରେ ଥିବା ଚଉଦୋଳରେ ଅଧିଷ୍ଠିତ କରାଇଥାନ୍ତି। ଏହାପରେ ବିମାନ ବଡୁମାନେ ଶ୍ରୀସୁଦର୍ଶନ ଦେବଙ୍କୁ ବିଜେ କରାଇ ଝୁଲଣ ମଣ୍ଡପ ତଳେ ରଖିଥାନ୍ତି।
Also Read
ସେଠାରେ ସୁନା ହରିଡ଼ାମାଳି, କମରପଟି ଓ ଦୟଣାମାଳି ଚୂଳଲାଗି ହୋଇ ବଡ଼ଦେଉଳକୁ ବେଢ଼ାଏ ବୁଲି ସିଂହଦ୍ୱାର ବାଟେ ଗୌଡ଼ବାଡ଼ ସାହିସ୍ଥିତ ଶ୍ରୀଯମେଶ୍ୱର ମନ୍ଦିରସ୍ଥ ଜହ୍ନିମୁଣ୍ଡିଆ ଉପରେ ଚଉଦୋଳକୁ ବିଜେ କରାଇଥାନ୍ତି। ସେଠାରେ ପ୍ରସାଦ ଲାଗି, ଶୀତଳ ଭୋଗ ଓ ବନ୍ଦାପନା ନୀତି
ହୋଇଥାଏ। ଏହିଦିନ ଯମେଶ୍ୱର ମହାଦେବଙ୍କ ମନ୍ଦିର ଗମ୍ଭୀରାଠାରେ ସ୍ୱତନ୍ତ୍ର ନୀତି ପାଳିତ ହୋଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଆଜି ପବିତ୍ର ଧନୁ ସଂକ୍ରାନ୍ତି, ମହାପ୍ରଭୁଙ୍କଠାରେ ଲାଗିହେଲା ପହିଲି ଭୋଗ
ଆଜି ପବିତ୍ର ଧନୁ ସଂକ୍ରାନ୍ତ। ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ଆରମ୍ଭ ହୋଇଛି।
Events & Festivals
ଗୌରବିହାର ଆଶ୍ରମରେ ରାଧାକୃଷ୍ଣଙ୍କ ପାଖରେ ଲାଗି ହେଲା ୮୫୧ ପ୍ରକାରର ବ୍ୟଞ୍ଜନ
ପୁରୀ ବେଳାଭୂମି ଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଗୌଡ଼ୀୟ ସମ୍ପ୍ରଦାୟର ଆଶ୍ରମ ଗୌରବିହାର ଆଶ୍ରମ ବା ମାତା ମଠରେ ପ୍ରତି ବର୍ଷ ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଆସୁଛି।
Events & Festivals
ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ
ଭୁବନେଶ୍ୱର ପ୍ରଧାନ ପୂର୍ବରୁ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରି ସାରିଛନ୍ତି।
Accident
ଦୁଇଟି ବାଇକ୍କୁ ଧକ୍କା ଦେଇ ଓଲଟିଲା ପିକ୍ଅପ୍ ଭ୍ୟାନ୍, ୮ ଷଣ୍ଢ ମୃତ
ଦୁଇଟି ବାଇକ୍କୁ ଧକ୍କା ଦେଇ ଏକ ପିକ୍ଅପ୍ ଓଲଟି ପଡ଼ିବାରୁ ୮ ଷଣ୍ଢଙ୍କ ମୃତ୍ୟୁ ଘଟିଛି।
Events & Festivals
ବାଲୁକା କଳା ଉତ୍ସବ ପାଇଁ ସଜେଇ ହେଉଛି ଚନ୍ଦ୍ରଭାଗା ବେଳାଭୂମି
ଡିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଆୟୋଜିତ ହେବାକୁ ଯାଉଛି ୧୪ତମ ଆନ୍ତର୍ଜାତୀକ ବାଲୁକା କଳା ଉତ୍ସବ। ସେଥିପାଇଁ ଚନ୍ଦ୍ରଭାଗା ବେଳାଭୂମି ବେଶ ଉତ୍ସବ ମୁଖର ହୋଇଛି।