Advertisment

ଦିଲ୍ଲୀରେ ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ

ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ମିଳିଛି।

Kartavya Path

Kartavya Path

Advertisment

ଦିଲ୍ଲୀରେ ଝଲସିବ ଓଡ଼ିଶା ପ୍ରଜ୍ଞାପନ ମେଢ। ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ୩ ବର୍ଷ ପରେ ଏଥର ଓଡ଼ିଶା ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବ। ସାଧାରଣତନ୍ତ୍ର ଦିବସ ପରେଡରେ ସ୍ଥାନ ପାଇଛି ଓଡ଼ିଆ ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ଚିତାକର୍ଷକ ପ୍ରଜ୍ଞାପନ ମେଢ଼। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ମିଳିଛି। ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ଓଡ଼ିଶାର ମଡେଲ ଚୂଡ଼ାନ୍ତ ହୋଇଥିବା ଏବଂ ଏ ସଂପର୍କୀତ ଗାଇଡଲାଇନ ନେଇ ଚିଠିରେ ଉଲ୍ଲେଖ ରହିଛି।

Advertisment

ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା। ଏନେଇ ଏକ ସୁନ୍ଦର ଡିଜାଇନ୍ ପଠାଇଥିଲେ ଶିଳ୍ପୀ କୀର୍ତ୍ତି କିଶୋର ମହାରଣା। ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ତତ୍ତ୍ୱବଧାନରେ ଏହି ମଡେଲ୍ ପ୍ରସ୍ତୁତ ହୋଇଛି।

Delhi Republic Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe