Advertisment

ପରିବାର ଲୋକଙ୍କ ସହିତ ଜନ୍ମଦିନ ପାଳିଲେ ରଜନୀକାନ୍ତ, ଫଟୋ ଭାଇରାଲ୍

ଆଜି ୭୩ ବର୍ଷରେ ପାଦ ଥାପିଛନ୍ତି ରଜନୀକାନ୍ତ।

ଅଦ୍ୟତନ ହୋଇଛି
Rajanikanth

Rajanikanth

Advertisment

ଲୋକପ୍ରିୟ ଅଭିନେତା ରଜନୀକାନ୍ତଙ୍କର ଆଜି ହେଉଛି ଜନ୍ମଦିନ। ସେ ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଆଜି ତାଙ୍କ ପରିବାର ଲୋକଙ୍କ ସହିତ ଜନ୍ମଦିନ ପାଳନ କରିଛନ୍ତି, ଯାହାର ଏକ ଫଟୋ ଭାଇରାଲ୍ ହେଉଛି।

Advertisment

ଏଥିରେ ରଜନୀକାନ୍ତ କେକ୍ କାଟୁଥିବା ବେଳେ ତାଙ୍କ ସହିତ ପତ୍ନୀ ଲତା, ଦୁଇ ଝିଅ ଐଶ୍ୱର୍ଯ୍ୟା ଓ ସୌନ୍ଦର୍ଯ୍ୟା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଅଛନ୍ତି। ସେହିଭଳି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ପାଇଁ ଆଜି ତାଙ୍କ ଚେନ୍ନାଇ ସ୍ଥିତ ବାସଭବନ ସମ୍ମୁଖରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ରଜନୀକାନ୍ତ ୧୯୭୫ରେ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଦ ଥାପିଥିଲେ। ତାଙ୍କ ପ୍ରଥମ ଫିଲ୍ମର ନାଁ ଥିଲା ‘ଅପୂର୍ବ ରାଙ୍ଗଗଲ’। ସେ ୧୬୯ଟି ଫିଲ୍ମରେ ଅଭିନୟ କରିଛନ୍ତି। ତା’ ମଧ୍ୟରୁ ଅଧିକାଂଶ ହେଉଛି ତାମିଲା। ସେ ହିନ୍ଦୀ, ତେଲୁଗୁ, କନ୍ନଡ, ମଲୟାଲମ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

Advertisment

ଭାରତୀୟ ସିନେମା ପାଇଁ ରହିଥିବା ଯୋଗଦାନ ପାଇଁ ୨୦୦୦ ମସିହାରେ ରଜନୀକାନ୍ତଙ୍କୁ ପଦ୍ମଭୂଷଣ, ୨୦୧୬ରେ ପଦ୍ମ ବିଭୂଷଣ ଓ ୨୦୨୧ରେ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା।

ଶେଷ ଥର ପାଇଁ ରଜନୀକାନ୍ତଙ୍କୁ ଚଳିତ ବର୍ଷ ରିଲିଜ୍ ହୋଇଥିବା ‘ଜେଲର’ ଫିଲ୍ମରେ ଦେଖିବାକୁ ମିଳିଥିଲା। ତାଙ୍କର ଆଉ ଦୁଇଟି ଫିଲ୍ମ ଆସୁଛି। ଏହି ଦୁଇଟି ଫିଲ୍ମ ଆସନ୍ତା ବର୍ଷ ରିଲିଜ୍ ହେବ। ସେଥିରୁ ଗୋଟିଏ ହେଉଛି ‘ଲାଲ୍ ସଲାମ’। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ତାଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ। ଅନ୍ୟ ଫିଲ୍ମଟିର ନାମକରଣ ହୋଇନାହିଁ। ସେଥିରେ ତାଙ୍କ ସହିତ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିବ।

Rajinikanth
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe