Advertisment

କୁନି ଭଉଣୀର ରାକ୍ଷୀ ପିନ୍ଧିଲେ କାଳିଆ ଠାକୁର; ପଠାଇଲେ ଗିଫ୍ଟ

ଶ୍ରୀମନ୍ଦିର ପ୍ରଶାସନ ରାକ୍ଷୀ, ଅର୍ଥ ଓ ଚିଠି ପାଇବା ପରେ ସୁକନ୍ୟାଙ୍କୁ ଉପହାର ଭାବରେ ରଥ କାଠ, ଦଉଡି ଓ ନିର୍ମାଲ୍ୟ ପଠାଇଛି।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

କୁନି ଭଉଣୀର ରାକ୍ଷୀ ପିନ୍ଧିଲେ କାଳିଆ। ଭଭଣୀକୁ ମଧ୍ୟ ରାକ୍ଷୀ ଗିଫ୍ଟ ପୁରୀରୁ ଆସିଲା। ଭାଇ ପାଖରୁ ଆସିଥିବା ଗିଫ୍ଟ ପାଇ କୁନି ଭଉଣୀର ଖୁସି ନସରେ। ଯାହାକୁ ନେଇ ଚର୍ଚ୍ଚାରେ ଭଦ୍ରକ ବାମନ ବିନ୍ଧା ଗାଁର ଝିଅ ସାଇ ସୁକନ୍ୟା ମହାନ୍ତି। ସୁକନ୍ୟା ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି।

Advertisment

ବିନ୍ଧା ଗାଁର ସାଇ ସୁକନ୍ୟା ମହାନ୍ତି ଜଗତର ନାଥ ଜଗନ୍ନାଥଙ୍କ ପାଖକୁ ରାକ୍ଷୀ ପୋଷ୍ଟାଲରେ ପଠାଇଥିଲେ। ରାକ୍ଷୀ ସହ ମିଠା ପାଇଁ ୫୦୦ ଟଙ୍କା ଓ ଏକ ଆବେଗଭରା ଚିଠି ମଧ୍ୟ ଲେଖିଥିଲେ। ସୁକନ୍ୟା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ପାଖକୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଥିଲେ  ଯେ, ଅଙ୍କଲ, “ମୋ ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ। ଅନତି ଦୂରରୁ ମୁଁ ଜଗା ବଳିଆଙ୍କ ପାଖକୁ ସପ୍ରେମରେ ରାକ୍ଷୀ ପଠାଇଛି। ରକ୍ଷା ବନ୍ଧନ ଦିନ ମୋର ଦୁଇ ଭାଇଙ୍କୁ ରାକ୍ଷୀ ବାନ୍ଧିଦେବେ ଓ ମୁଁ ପଠାଇଥିବା ଟଙ୍କାରେ ଦୁଇ ଭାଇ ଭଉଣୀଙ୍କୁ ମିଠା ଖୁଆଇ ଦେବେ।”

ଶ୍ରୀମନ୍ଦିର ପ୍ରଶାସନ ରାକ୍ଷୀ, ଅର୍ଥ ଓ ଚିଠି ପାଇବା ପରେ ସୁକନ୍ୟାଙ୍କୁ ଉପହାର ଭାବରେ ରଥ କାଠ, ଦଉଡି ଓ ନିର୍ମାଲ୍ୟ ପଠାଇଛି। ଯାହାକୁ ନେଇ ବେଶ ଖୁସି ଅନୁଭବ କରିଛନ୍ତି ସୁକନ୍ୟା। ସୁକନ୍ୟାଙ୍କ ପରିବାର ଲୋକ ମଧ୍ୟ ବେଶ୍‌ ଖୁସି ଅନୁଭବ କରିଛନ୍ତି।

Advertisment

ଏନେଇ ସୁକନ୍ୟା କହିଛନ୍ତି, ମୋ ମାମାଙ୍କୁ ଭୀଷଣ ଜ୍ୱର ହୋଇଥିଲା। ଏହି ସମୟରେ ମୋ ବାବା କୌଣସି କାମରେ ବାହାରକୁ ଯାଇଥିଲେ। ଆମ ପାଖରେ କେହି ନଥିଲେ। ମୁଁ ମୋ ମାମା ପାଖରେ ଥିଲି। ମୁଁ କାନ୍ଥରେ ଜଗନ୍ନାଥଙ୍କ ଫଟୋ ଟାଙ୍ଗି ତାଙ୍କ ପାଖରେ କାନ୍ଦି ଗୁହାରି କରିଥିଲି। ମୋ ମାମାର ଜ୍ୱର ଭଲ ହୋଇଗଲେ, ମୁଁ ତୁମ ପାଖକୁ ପ୍ରତିବର୍ଷ ରାକ୍ଷୀ ପଠାଇବି। ଜଗନ୍ନାଥ ମୋ ଗୁହାରୀ ଶୁଣିଲେ। ମୋ ମାମାର ଜ୍ୱର ୩ରୁ ୪ ଦିନ ଭିତରେ ଭଲ ହୋଇଗଲା। ମୁଁ ସେଥିପାଇଁ ଏହି ବର୍ଷ ଜଗନ୍ନାଥ ଓ ବଳଭଦ୍ରଙ୍କ ପାଖକୁ ରାକ୍ଷୀ ପଠାଇଥିଲି।

Bhadrak Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe