Advertisment

ଅଯୋଧ୍ୟାରୁ ଶ୍ରୀକ୍ଷେତ୍ରକୁ ଆସିଲା ନିମନ୍ତ୍ରଣ

ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା କରାଯିବ। ନିମନ୍ତ୍ରଣ ପତ୍ର ସହିତ ଶ୍ରୀଜଗନ୍ନାଥଙ୍କ ପାଖକୁ ଆସିଛି ଗୁଆ, ନଡ଼ିଆ, ପାନ, ପଇତା ଓ ବସ୍ତ୍ର।  ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ୍‌ ହେବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ସେବକ ଛତିଶା ନିଯୋଗ ନାୟକଙ୍କ ପାଖକୁ ମଧ୍ୟ ଆସିଛି ନିମନ୍ତ୍ରଣ।

author-image
Manoranjan Sial
Ram

Ram

ପୌଷ ମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ସ୍ଥାନରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ କରାଯିବ। ସେଥିପାଇଁ ଆଜି ଅଯୋଧ୍ୟାରୁ ଶ୍ରୀକ୍ଷେତ୍ରକୁ ଆସିଛି ନିମନ୍ତ୍ରଣ ପତ୍ର। ମହୋତ୍ସବରେ ମଠ ମହନ୍ତ ଓ ସେବାୟତଙ୍କୁ ଆମନ୍ତ୍ରଣ କରାଯାଇଛି। ଚିଠି ପାଇବା ପରେ ମଠ ମହନ୍ତ ଓ ସେବାୟତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି।

Advertisment

ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା କରାଯିବ। ନିମନ୍ତ୍ରଣ ପତ୍ର ସହିତ ଶ୍ରୀଜଗନ୍ନାଥଙ୍କ ପାଖକୁ ଆସିଛି ଗୁଆ, ନଡ଼ିଆ, ପାନ, ପଇତା ଓ ବସ୍ତ୍ର।  ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ୍‌ ହେବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ସେବକ ଛତିଶା ନିଯୋଗ ନାୟକଙ୍କ ପାଖକୁ ମଧ୍ୟ ଆସିଛି ନିମନ୍ତ୍ରଣ। ୨୨ ତାରିଖରେ ହେବାକୁ ଥିବା ସମାରୋହରେ ଯୋଗଦେବା ପାଇଁ ଅନରୋଧ କରାଯାଇଛି।

ଏ ସମ୍ପର୍କରେ ଛତିଶା ନିଯୋଗର ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ସମେତ ଆମକୁ ଅଯୋଧ୍ୟା କ୍ଷେତ୍ରକୁ ଯିବା ପାଇଁ ନିମନ୍ତ୍ରଣ ଆସିଛି। ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଉପସ୍ଥିତ ରହିବାକୁ କୁହାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଦୟା ରହିଲେ, ରାମଲାଲାଙ୍କ ଏହି ଶୁଭ କାର୍ଯ୍ୟରେ ନିଜକୁ ନିୟୋଜିତ କରି ତାଙ୍କ କାର୍ଯ୍ୟରେ ସାମିଲ୍‌ କରାଇବି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Advertisment

ଶ୍ରୀମନ୍ଦିର ପରି ଉତ୍ତରପାର୍ଶ୍ୱ ମଠ ମହନ୍ତ ମହାରାଜ ନାରାୟଣ ରାମାନୁଜ ଦାସଙ୍କ ପାଖକୁ ମଧ୍ୟ ଆସିଛି ନିମନ୍ତ୍ରଣପତ୍ର। ଡାକ ଯୋଗେ ଚିଠି ଆସିଛି। ଚିଠି ପାଇବା ପରେ ମଠରେ ଆନନ୍ଦର ମାହୋଲ୍‌। ଅନ୍ୟପକ୍ଷରେ ଅଯୋଧ୍ୟା ଯିବା ପାଇଁ ମହନ୍ତ ମହାରାଜା ପ୍ରସ୍ତୁତ ଥିବା କହିଛନ୍ତି। ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ଯିବେ ବୋଲି କହିଛନ୍ତି।

ମହନ୍ତ ମହାରାଜା ନାରାୟଣ ରାମାନୁଜ ଦାସ କହିଛନ୍ତି, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗଦେବା ପାଇଁ ପୁରୀର ସମସ୍ତ ମଠ ମହନ୍ତମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଯିବା ନେଇ ୨୧ ତାରିଖ ପୂର୍ବରୁ ସୂଚନା ଦେବାକୁ କୁହାଯାଇଛି। ଉତ୍ତରପାର୍ଶ୍ୱ ମଠ, ରାଧାବଲ୍ଲଭ ମଠ, ମହିପ୍ରକାଶ ମଠ, ପାପୁଡ଼ିଆ ମଠ, ହାତୀ ଆଖଡ଼ା ମଠ ପରି ୬ଟି ମଠ ପାଖକୁ ନିମନ୍ତ୍ରଣପତ୍ର ଆସିଛି। ଅନ୍ୟ ମଠ ପାଖକୁ ନିମନ୍ତ୍ରଣପତ୍ର ଆସୁଛି। ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ହେବ ବୋଲି ଜାଣି ନିମନ୍ତ୍ରଣପତ୍ର ଆସିବା ପୂର୍ବରୁ ଅର୍ଥାତ ଗତ ମାସରୁ ଟିକଟ କରିଦେଇଛୁ। ଜାନୁଆରୀ ୧୯ ତାରିଖରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଶ୍ରୀ ଦାସ କହିଛନ୍ତି।

ସେହିପରି ମହୀପ୍ରକାଶ ମଠ ମହନ୍ତଙ୍କୁ ମଧ୍ୟ ଆମନ୍ତ୍ରଣ ଆସିଛି। ମହୀପ୍ରକାଶ ମଠ ମହନ୍ତ ମହାରାଜ ସ୍ୱାମୀ ଶୁଭାନନ୍ଦଙ୍କୁ ଟ୍ରଷ୍ଟ ତରଫରୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣପତ୍ର ପାଇବାର ଯଥେଷ୍ଟ ପୂର୍ବରୁ ସେମାନେ ଅଯୋଧ୍ୟା ଯିବା ପାଇଁ ଟିକେଟ କରିଦେଇଛନ୍ତି। ନିମନ୍ତ୍ରଣ ପାଇବା ପରେ ମଠ ମହନ୍ତ ମହାରାଜା ବେଶ ଉତ୍ସାହିତ ଅଛନ୍ତି। ଆସନ୍ତା ୨୨ ତାରିଖରେ ଅଯୋଧ୍ୟ ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

Puri Shreemandir Puri Sri Jagannath Ayurveda