Advertisment

ଆଜିଠୁ ରାମ ଲଲାଙ୍କ ସର୍ବସାଧାରଣ ଦର୍ଶନ ଆରମ୍ଭ, ଭିଡ଼ ଖଚାଖଚ

ଆଜିଠୁ ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ଯାଏଁ ରାମ ଲଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ।

ଅଦ୍ୟତନ ହୋଇଛି
Ram Mandir

Ram Mandir

Advertisment

ଧନ୍ୟ ହୋଇଯିବ ଚର୍ମଚକ୍ଷୁ, ମନ୍ତ୍ରମୁଗ୍ଧ ହୋଇଯିବ ମନପ୍ରାଣ। ଆଜିଠୁ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଆରମ୍ଭ ହୋଇଯିବ ସର୍ବସାଧାରଣ ଦର୍ଶନ। ଦେଶର ବିଭିନ୍ନ ପ୍ରାନ୍ତରୁ ଅଯୋଧ୍ୟାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ବେଳେ ଆଜିଠୁ ସେମାନେ ନିଜ ପ୍ରିୟ ପ୍ରଭୁଙ୍କୁ ସ୍ୱଚକ୍ଷୁରେ ଦେଖି ପାରିବେ। 

Advertisment

ଆଜିଠୁ ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ଯାଏଁ ରାମ ଲଲାଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ନୀତିକାନ୍ତି ପାଇଁ ଦିନ ସାଢେ ୧୧ଟାରୁ ଅପରାହ୍ନ ୨ଟା ଯାଏଁ ଦର୍ଶନ ବନ୍ଦ ରହିବ। ସକାଳ ସାଢେ ୬ଟା ଏବଂ ସନ୍ଧ୍ୟା ସାଢେ ୭ଟାରେ ରାମଲଲାଙ୍କ ଆଳତୀ କରାଯିବ।

ଟ୍ରଷ୍ଟ ପକ୍ଷରୁ ପ୍ରତିଦିନ ଦେଢ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି। ପ୍ରତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ୧୫ରୁ ୨୦ ସେକେଣ୍ଡ ସମୟ ମିଳିବ।

Advertisment

ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି । ସାରା ଦେଶରୁ ଅଯୋଧ୍ୟାକୁ ଛୁଟି ଆସିଛନ୍ତି ଭକ୍ତ। ସେହିପରି ଅନେକ ଶ୍ରଦ୍ଧାଳୁ ଅଯୋଧ୍ୟା ଯିବାକୁ ଟିକେଟ୍ ବୁକ୍ କରିସାରିଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ଯଜମାନତ୍ୱରେ ଅଯୋଧ୍ୟା ରାମ ମନ୍ଦିରର 'ପ୍ରାଣ ପ୍ରତିଷ୍ଠା' ବା ସମର୍ପଣ ସମାରୋହ ଶେଷ ହୋଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ୧୧ ଦିନିଆ ଧାର୍ମିକ ରୀତିନୀତି ପାଳନ କରିଥିଲେ।

ଗତ ସପ୍ତାହରେ ରାମଲଲାଙ୍କ ନୂତନ ପ୍ରତିମା ମନ୍ଦିର ଗର୍ଭଗୃହରେ ସ୍ଥାପନା କରାଯାଇଥିଲା। ନବ ନିର୍ମିତ ରାମଙ୍କ ମୂର୍ତ୍ତି ମୁଗୁନି ପଥରରେ ନିର୍ମାଣ କରାଯାଇଛି। ଅତ୍ୟନ୍ତ ମନଲୋଭ ହୋଇଛି ପ୍ରଭୁଙ୍କ ଏହି ବାଲ୍ୟ ରୂପ। ଏକ ପଦ୍ମ ଫୁଲ ମଧ୍ୟରେ ବିରାଜିଛନ୍ତି ପ୍ରଭୁ ଶ୍ରୀରାମ। ଏହି ମୂର୍ତ୍ତିର ଉଚ୍ଚତା ୫୧ ଇଞ୍ଚ ହୋଇଛି।

Ayodhya Ram Mandir Ayodhya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe