Advertisment

ଆଜି ପବିତ୍ର ରାମନବମୀ; ସଜେଇ ହୋଇଛି ଅଯୋଧ୍ୟା

୫ଶହ ବର୍ଷର ପ୍ରତୀକ୍ଷା ପରେ, ଭବ୍ୟ ହେବ ରାମଲାଲାଙ୍କ ଜନ୍ମୋତ୍ସବ। ନବନିର୍ମିତ ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମନବମୀ।

ଅଦ୍ୟତନ ହୋଇଛି
Ram Mandir

Ram Mandir

Advertisment

 ଆଜି ପବିତ୍ର ଶ୍ରୀରାମ ନବମୀ। ସବୁଠି ଶୁଭୁଛି ରାମ ନାମ । ରାମ ଧ୍ୱନୀରେ ଉତ୍ସବ ମୁଖର ହୋଇଛି ଗାଁଠୁ ସହର। ପ୍ରଭୁ ଶ୍ରୀରାମଙ୍କୁ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର କୁହାଯାଏ । ଭକ୍ତି, ଉପାସନା, ତପସ୍ୟା, ସତ୍ୟ, ପ୍ରେମ ଏବଂ କର୍ତ୍ତବ୍ୟର ଉଦାହରଣ ଶ୍ରୀରାମ ।

Advertisment

ରାମ ନବମୀ ଲାଗି ସଜେଇ ହୋଇଛି ଅଯୋଧ୍ୟା। ୫ଶହ ବର୍ଷର ପ୍ରତୀକ୍ଷା ପରେ, ଭବ୍ୟ ହେବ ରାମ ଲଲାଙ୍କ ଜନ୍ମୋତ୍ସବ। ନବନିର୍ମିତ ରାମମନ୍ଦିରରେ ପ୍ରଥମ ଥର ପାଇଁ ପାଳନ ହେଉଛି ରାମନବମୀ। ଗର୍ଭଗୃହରେ ଦିବ୍ୟ ରୂପରେ ଝଲସିବେ ବାଲକ୍ ରାମ।

ରାମ ନବମୀରେ ମନ୍ଦିର ଗର୍ଭଗୃହକୁ ଉଦ୍ଭାସିତ କରିବ ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ। ଆଜି ମଧ୍ୟାହ୍ନ ୧୨ଟା ସମୟରେ ବାଲକ୍ ରାମ ସୂର୍ଯ୍ୟ ତିଲକରେ ଅଭିଷିକ୍ତ ହେବେ। ୪ ମିନିଟି ଯାଏ ସୂର୍ଯ୍ୟ କିରଣରେ ଝଲସିବ ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ।

Advertisment

ଅପ୍ଟି-ମେକାନିକାଲ୍ ସିଷ୍ଟମରେ ସୂର୍ଯ୍ୟାଲୋକକୁ ଗର୍ଭଗୃହ ଯାଏଁ ପଠାଇବାକୁ, ତୃତୀୟ ମହଲା ଉପରେ ଏକ ବଡ଼ ରିଫ୍ଲେକ୍ଟର ବକ୍ସ ଲାଗିଛି। ସେଠାରୁ ସୂର୍ଯ୍ୟ କିରଣ ପିତ୍ତଳ ପାଇପ ଭିତରେ ୨ଟି ଦର୍ପଣ ଓ ୩ଟି ଲେନ୍ସ ଦେଇ ଗର୍ଭଗୃହ ଯାଏଁ ଆସିବ।

ମଧ୍ୟାହ୍ନ ଆକାଶରେ ସୂର୍ଯ୍ୟ ଯେତେବେଳେ ଠିକ୍ ମୁଣ୍ଡ ଉପରେ ଥିବେ, ସେତେବେଳେ ଦିବ୍ୟ ଆଭା ପ୍ରତିଫଳିତ ହେବ ବାଲକ ରାମଙ୍କ ଲଲାଟ ମଧ୍ୟସ୍ଥଳରେ।

ଏହା ଦେଖିବାକୁ ସାରା ଦେଶ ଅପେକ୍ଷା କରିଥିବା ବେଳେ, ଅଗଣିତ ଶ୍ରଦ୍ଧାଳୁଙ୍କର ସମାଗମ ହେଲାଣି ଅଯୋଧ୍ୟା ନଗରୀରେ। ମନ୍ଦିରକୁ ବି ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମଗ୍ର ଦେଶବାସୀଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ ସୋଶାଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ଏହି ପବିତ୍ର ପର୍ବ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାର ବାର୍ତ୍ତା ଦେଇଥାଏ । ପ୍ରଭୁ ଶ୍ରୀରାମଙ୍କ ସମ୍ପୂର୍ଣ୍ଣ ଜୀବନ ମାନବ ଜାତି ପାଇଁ ପ୍ରେରଣାର ସ୍ରୋତ । ଆଜିର ଦିନରେ ରାଷ୍ଟ୍ର ନିର୍ମାଣର ସଂକଳ୍ପ ନେବା ଉଚିତ। ସମସ୍ତଙ୍କ ଜୀବନ ଗାରିମାପୂର୍ଣ୍ଣ ହେବା ସହ ସର୍ବତ୍ର ସମୃଦ୍ଧିର ସଂକଳ୍ପ ନେବା ଉଚିତ ବୋଲି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମଗ୍ର ଦେଶବାସୀଙ୍କୁ ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ୫ ଶତାବ୍ଦୀର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ଉତ୍ସବ ପାଳିବାର ସୌଭାଗ୍ୟ ମିଳିଛି। ଅଯୋଧ୍ୟାର ଭବ୍ୟ ଓ ଦିବ୍ୟ ମନ୍ଦିରରେ ରାମଲାଲା ବିରାଜମାନ ହୋଇଥିବା ବେଳେ ଅଯୋଧ୍ୟା ଏବେ ଆନନ୍ଦମୟ ହୋଇଉଠିଛି । କାରଣ ନବନିର୍ମିତ ମନ୍ଦିରରେ ଚଳିତ ବର୍ଷ ପ୍ରଥମ ରାମ ନବମୀ ବେଶ ଉତ୍ସାହର ସହ ପାଳିତ ହେଉଛି। ଏହା ଦେଶବାସୀଙ୍କ ବହୁ ବର୍ଷର ତପସ୍ୟା, ତ୍ୟାଗ ଓ ବଳିଦାନ୍‌ର ଫଳ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

Ram Navami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe