Advertisment

କାଲି ରାମ ନବମୀ, ଅଯୋଧ୍ୟାରେ ୧୯ ଘଣ୍ଟା ଖୋଲା ରହିବ ରାମ ମନ୍ଦିର

୪ ଥର ରାମଲଲାଙ୍କ ନିକଟରେ ଭୋଗ ଲଗାଯିବ। କେବଳ ସେତେବେଳେ ୫ ମିନିଟ୍ ଲେଖାଏଁ ପରଦା ଟଣାଯିବ।

ଅଦ୍ୟତନ ହୋଇଛି
Ram Lalla

Ram Lalla

Advertisment

ଆସନ୍ତାକାଲି ରାମ ନବମୀ। ଏହି ଅବସରରେ ଅଯୋଧ୍ୟାର ନବ ନିର୍ମିତ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। କାରଣ ନୂଆ ମନ୍ଦିର ନିର୍ମାଣ ହେବା ପରେ ସେଠାରେ ପ୍ରଥମ ଥର ପାଇଁ ରାମ ନବମୀ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିରକୁ ୧୯ ଘଣ୍ଟା ଖୋଲା ରଖିବାକୁ ନିଷ୍ପତ୍ତି ହୋଇଛି।

Advertisment

ଆସନ୍ତାକାଲି ରାମ ମନ୍ଦିରରେ ଭୋର ସାଢ଼େ ତିନିଟାରେ ରାମଲଲାଙ୍କର ମଙ୍ଗଳ ଆଳତି କରାଯିବ। ସେହି ସମୟରୁ ରାତି ୧୧ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ତା’ ମଧ୍ୟରେ ୪ ଥର ରାମଲଲାଙ୍କ ନିକଟରେ ଭୋଗ ଲଗାଯିବ। କେବଳ ସେତେବେଳେ ୫ ମିନିଟ୍ ଲେଖାଏଁ ପରଦା ଟଣାଯିବ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ ଆସନ୍ତାକାଲି ରାମ ନବମୀ ଅବସରରେ ଭୋର ସାଢ଼େ ୩ଟାରୁ ଭଗବାନଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ରାମ ଲଲାଙ୍କ ଦର୍ଶନ କରିପାରିବେ।

Advertisment

ଦର୍ଶନ ପାଇଁ ମନ୍ଦିରକୁ ଆସିବା ବେଳେ ସାଙ୍ଗର ମୋବାଇଲ ଫୋନ୍ ନଆଣିବାକୁ ଭକ୍ତିମାନଙ୍କୁ କୁହାଯାଇଛି। ଫଳରେ ଦର୍ଶନ ସମୟରେ କାହାରି ସମୟ ନଷ୍ଟ ହେବ ନାହିଁ କି ମୋବାଇଲ ଫୋନ୍‌ ଯୋଗୁ ଉପୁଜୁଥିବା ଅନ୍ୟ ସମସ୍ୟା ଦେଖାଦେବ ନାହିଁ। ଏହା ସହିତ ଦର୍ଶନ ପାଇଁ ଆସିବା ବେଳେ ସାଙ୍ଗରେ କୌଣସି ମୂଲ୍ୟବାନ ଦ୍ରବ୍ୟ ନଆଣିବାକୁ ଭକ୍ତମାନଙ୍କୁ କୁହାଯାଇଛି।

ରାମଲଲାଙ୍କ ଦର୍ଶନ ଓ ଆରତି ପାଇଁ ହେଉଥିବା ସ୍ୱତନ୍ତ୍ର ପାସ୍‌ ବୁକିଂକୁ ଏପ୍ରିଲ ୧୬ରୁ ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହି ତିନି ଦିନ ସମସ୍ତେ ଗୋଟିଏ ରାସ୍ତାରେ ଆସି ରାମଲଲାଙ୍କ ଦର୍ଶନ କରିବେ। ସେଥିପାଇଁ ବିଶିଷ୍ଟ ଅତିଥିମାନଙ୍କୁ ଏପ୍ରିଲ ୧୯ ତାରିଖ ପରେ ଦର୍ଶନ ପାଇଁ ଆସିବାକୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ରାମ ନବମୀ ଅବସରରେ ଅଯୋଧ୍ୟା ମହାନଗର ନିଗମ ପୂରା ସହରରେ ୧୦୦ଟି ଏଲ୍‌ଇଡି ସ୍କ୍ରିନ୍ ଲଗାଇବ। ଫଳରେ ରାମ ମନ୍ଦିରର ରାମ ନବମୀ ଉତ୍ସବର ଲାଇଭ୍ ଟେଲିକାଷ୍ଟକୁ ସହରବାସୀ ଓ ବାହାରୁ ଆସିଥିବା ଭକ୍ତମାନେ ଦେଖିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe