ଆଜି ପବିତ୍ର ରାମ ନବମୀ। ସବୁଠି ଶୁଭୁଛି ରାମ ନାମ । ଜୟ ଶ୍ରୀରାମ ଧ୍ୱନୀରେ ଉତ୍ସବ ମୁଖର ହୋଇଛି ଗାଁଠୁ ସହର। ଏହି ପବିତ୍ର ଦିନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ସବୁଠି ଚାଲିଛି ପୂଜା ଆରାଧନା।
ରାମ ନବମୀ ପାଇଁ ଚଳଚଞ୍ଚଳ ଭଦ୍ରକ। ସଂପୂର୍ଣ୍ଣ ଗେରୁଆମୟ ହୋଇଉଠିଛି ଅଞ୍ଚଳ, ଜୟ ଶ୍ରୀରାମ ଧ୍ୱନୀରେ କମ୍ପୁଛି ଗାଁ ଦାଣ୍ଡ। ସହର ଠାରୁ ପୁରପଲ୍ଲୀ ଯାଏ ସବୁଆଡେ ଉତ୍ସବମୁଖର ପରିବେଶ। ଗାନ୍ଧି ପଡିଆରେ ପୂଜା ପାଠ ସହ ଯଜ୍ଞ ଓ ହନୁମାନ ଚାଳିଶା ପାଠ ହେଉଛି। ଆଜି ଅପରାହ୍ନ ୪ଟାରେ ବାହାରିବ ନଗରସଂକୀର୍ତ୍ତନ। ୮୨ଟିରୁ ଅଧିକ ପ୍ରଜ୍ଞାପନ ମେଢ ସାହିବସ୍ତିରୁ ବାହାରିବ। ଏଥିପାଇଁ ଭଦ୍ରକ ସହରର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ପେଟ୍ରୋଲିଂକୁ ଜୋରଦାର କରାଯାଇଛି।
ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପେଟ୍ରୋଲିଂ ସହ ପୁଲିସ ଭ୍ୟାନ ସ୍ଥାନରେ ବୁଲି ଯାଞ୍ଚ କରୁଛି। ଏହାସହ ପୁଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ଉପରେ କଡ଼ା ନଜର ରଖିଛି ଭଦ୍ରକ ପୁଲିସ। ସହର ସୁରକ୍ଷା ସହ ରାମ ନବମୀକୁ ଦୃଷ୍ଟିରେ ରଖି ଭଦ୍ରକ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚରେ କରାଯାଇଛି। ସେହିପରି ଭୁବନେଶ୍ୱର ରାମ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ୱାମ୍! ଭାରତର ମାଙ୍ଗା ଏବଂ ଆନିମି ବିପ୍ଳବ
ମାଙ୍ଗା ହେଉଛି କେବଳ ଏକ ପ୍ରକାର କମିକ୍ ବହି କିମ୍ବା ଗ୍ରାଫିକ୍ ଉପନ୍ୟାସ ଯାହା ଜାପାନରେ ଆରମ୍ଭ ହୋଇଥିଲା। ଏହା ଆପଣ ପଢ଼ି ପାରୁଥିବା କମିକ୍ସ ପରି, କିନ୍ତୁ ଏଥିରେ ସମସ୍ତ ପ୍ରକାରର କାହାଣୀ, ସାହସିକ କାହାଣୀ, ପ୍ରେମ କାହାଣୀ, ଭୟଙ୍କର କାହାଣୀ କିମ୍ବା ଯାଦୁକରୀ କଳ୍ପନା ଅନ୍ତର୍ଭୁକ୍ତ ଥାଏ।

Events & Festivals
କେଉଁଠି ନିଆଁରେ ଚାଲନ୍ତି ତ ଆଉ କେଉଁଠି ଫୁଟେ ଗୁଳି: ଭାରତର ୫ ବିରଳ ହୋଲି ପରମ୍ପରା
କିଛି ସ୍ଥାନରେ ହୋଲିରେ ନିଆଁରେ ଚାଲିବାର ପରମ୍ପରା ଥିବା ବେଳେ ଆଉ କିଛି ସ୍ଥାନରେ ଗୁଳି ଫୁଟାଯାଏ। ଆଉ କିଛି ଗାଁରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦଶନ୍ଧି ଦଶନ୍ଧି ଧରି ହୋଲି ପାଳନ କରନ୍ତି ନାହିଁ।

Guest Column
ମଧ୍ୟଯୁଗୀୟ ବିଚାର ଓ ମହାକୁମ୍ଭ ମେଳା
ମେଳା ମହୋତ୍ସବ କରି ରାଜସ୍ୱ ଆୟ ବଢ଼ାଇବା ଓ ଲୋକ (ପ୍ରଜା)ଙ୍କ ଭିତରେ ବିଶ୍ୱାସ (ଅନ୍ଧ) ଜନ୍ମାଇବା ସହିତ ଏତେ ଆୟ ନିଶ୍ଚୟ ଏକ ପ୍ରଣୀଧାନଯୋଗ୍ୟ। ଏହା ହେଉଛି ଭାରତର ମଧ୍ୟଯୁଗୀୟ ରାଜା ମହାରାଜା ଅମଳର ବିଚାର ସର୍ବସ୍ୱ।

Events & Festivals
୪୫ କୋଟି ଭକ୍ତଙ୍କ ସମାଗମର ସାକ୍ଷୀ ମହାକୁମ୍ଭ ୨୦୨୫
ଫେବୃଆରୀ ୧୧, ୨୦୨୫ ସୁଦ୍ଧା ୪୫ କୋଟି ଭକ୍ତ ମହାକୁମ୍ଭ ସ୍ନାନ ରୀତିନୀତିରେ ଅଂଶଗ୍ରହଣ କରି ଇତିହାସରେ ସବୁଠାରୁ ବଡ଼ ଧାର୍ମିକ ସମାବେଶରେ ସାମିଲ ହୋଇଛନ୍ତି। ୪୫ ଦିନ ମଧ୍ୟରେ ଭକ୍ତଙ୍କ ସଂଖ୍ୟା ୪୫ କୋଟିରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆଶା କରିଥିଲେ, କିନ୍ତୁ ଏହି ସଂଖ୍ୟା ଏକ ମାସ ମଧ୍ୟରେ ହାସଲ ହୋଇସାରିଛି, ଏବଂ ଆହୁରି ୧୫ ଦିନ ବାକି ଅଛି।

National
ପ୍ରୟାଗରାଜରେ ପକ୍ଷୀ ମହୋତ୍ସବ, ପୁରସ୍କାର ମିଳିବ ୨୧ ଲକ୍ଷ ଟଙ୍କା
ଚଳିତ ଫେବୃଆରୀ ୧୬ ତାରିଖରୁ ପ୍ରୟାଗରାଜଠାରେ ଆରମ୍ଭ ହେବ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ। ମହାକୁମ୍ଭ ୨୦୨୫କୁ ଆସୁଥିବା ଶ୍ରଦ୍ଧାଳୁ ତଥା ପରିଦର୍ଶକମାନଙ୍କ ପାଇଁ ଏହା ଏକ ବିଶେଷ ଆକର୍ଷଣ ହେବ। ସେମାନେ ଏଠାରେ ୨୦୦ରୁ ଅଧିକ ପ୍ରବାସୀ ଏବଂ ସ୍ଥାନୀୟ ପକ୍ଷୀମାନଙ୍କର ସମାବେଶ ଦେଖିବା ସହ ସେମାନଙ୍କ ସମ୍ପର୍କରେ ବିଶେଷଜ୍ଞଙ୍କଠାରୁ ସିଧାସଳଖ ଜ୍ଞାନ ଆହରଣ କରିବାର ସୁଯୋଗ ପାଇବେ ବୋଲି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି।