Advertisment

ସାମ୍ଭାବୀ ପୁରସ୍କାର ପ୍ରଦାନ ଉତ୍ସବ; ସମ୍ମାନିତ ହେଲେ ରଣଜିତ୍ ମାଝୀ

ପୁରସ୍କାର ବାବଦକୁ ତାଙ୍କୁ ୨ ଲକ୍ଷ ୫୦ ହାଜର ଟଙ୍କା ପ୍ରଦାନ କରାଯାଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Award

Award

ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ଏକାଦଶତମ ‘ସାମ୍ଭାବୀ ପୁରସ୍କାର’ ପ୍ରଦାନ ଉତ୍ସବ । ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନଜନକ ‘ସାମ୍ଭାବୀ ପୁରସ୍କାର’ ପାଇଛନ୍ତି ରଣଜିତ୍ ମାଝୀ।

Advertisment

ସୁନ୍ଦରଗଡ଼ ଜିଲ୍ଲାର ୧୧୨ଟି ଗାଁର ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ନେଇ ସଚେତନ କରିଥିଲେ ରଣଜିତ୍। ପରିବେଶ ସଂରକ୍ଷଣ ଓ ପୁନଃରୁଦ୍ଧାର କ୍ଷେତ୍ରରେ ବି ସେ ଲୋକଙ୍କୁ ପ୍ରୋତ୍ସାହିତ କରିଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ୨ ଲକ୍ଷ ୫୦ ହାଜର ଟଙ୍କା ପ୍ରଦାନ କରାଯାଇଛି।

ସେହିଭଳି ଜୀବନ ଜୀବିକା ସହ ଆତ୍ମ ନିର୍ଭରଶୀଳତା ଦିଗରେ ତୃଣମୂଳ ସ୍ତରରେ ମହିଳାଙ୍କୁ ସଶକ୍ତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସସ୍ମିତା ମଙ୍ଗରାଜଙ୍କୁ ଜୁରୀ ଦ୍ୱାରା ସମ୍ମାନିତ କରାଯାଇଛି। ତାଙ୍କୁ ୫୦ ହାଜର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

Advertisment

ଏହି ଅବସରରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ସିଇଓ ଶେଫାଳୀ ପଣ୍ଡା ‘ସାମ୍ଭାବୀ’ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ମନ ଦେଶୀ ବ୍ୟାଙ୍କ୍’ ଫାଉଣ୍ଡେସନର ଅଧ୍ୟକ୍ଷା ଚେତନା ସିହ୍ନା, ଅବସରପ୍ରାପ୍ତ ସେନା ଉପମୁଖ୍ୟ ଲେଫନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ସିଇଓ ଶେଫାଳୀ ପଣ୍ଡା କହିଛନ୍ତି, ଗରିବ ତଥା ଅନୁନ୍ନତଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆମେ ସବୁବେଳେ ଚେଷ୍ଟାରତ । ରଣଜିତ୍ ମାଝୀ ନିଜ ସମସ୍ୟାର ସମାଧାନ କରିବା ସହ ୨୦ ହଜାର ଆଦିବାସୀଙ୍କ ସମସ୍ୟାର ବି ସମାଧାନ କରିଛନ୍ତି। ସେମାନଙ୍କୁ ସେମାନଙ୍କ ଅଧିକାର ସହ ଜଙ୍ଗଲ ଜମି ଅଧିକାର ସମ୍ପର୍କରେ ବି ସଚେତନ କରାଇଛନ୍ତି। ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଆହୁରି ଅଧିକ ଯୁବପିଢ଼ି ବି କିପରି ଏପରି କାମ କରି ପାରିବେ, ସେଥିନିମନ୍ତେ ଆମେ ପ୍ରୋତ୍ସାହିତ କରୁଛୁ।

ଅବସରପ୍ରାପ୍ତ ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି, BIPF ଓ IMFA ଓଡ଼ିଶାର କୋଣ ଅନୁକୋଣରେ ଆବଶ୍ୟକତା ଥିବା ଲୋକଙ୍କ ନିକଟରେ ନିଜ କାର୍ଯ୍ୟ ପହଞ୍ଚାଉଛନ୍ତି। ସେଥିପାଇଁ ସେମାନଙ୍କ କାମ ଆଦରଣୀୟ। ଅନ୍ୟ କମ୍ପାନୀ ବି ଏପରି ମନୋଭାବ ରଖି କାମ କଲେ ଓଡ଼ିଶା ଆହୁରି ଉନ୍ନତି କରି ପାରିବ ।

ମନ୍ ଦେଶୀ ବ୍ୟାଙ୍କ୍ ଫାଉଣ୍ଡେସନ୍ ଅଧ୍ୟକ୍ଷା ଚେତନା ସିହ୍ନା କହିଛନ୍ତି, ଆମେ ଓଡ଼ିଶାରୁ ବହୁତ କିଛି ଶିଖି ପାରିବୁ। ସେମାନେ ଓଡ଼ିଶାର ବିକାଶର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି। ଏହା ସମଗ୍ର ଦେଶ ପାଇଁ ଆଦର୍ଶ ପାଲଟିବ ।

Bhubaneswar