Advertisment

ସିଂହଦ୍ୱାର ଆଗରେ ଠିଆ ହେଲା ୩ ରଥ, ଆସନ୍ତାକାଲି ଶ୍ରୀଗୁଣ୍ଡିଚା

ମହାପ୍ରଭୁମାନଙ୍କ ବାଟକୁ ସିଂହଦ୍ୱାର ଆଗରେ ଚାହିଁ ବସିଛି ୩ ରଥ। କେତେବେଳେ ଭାଇଭଉଣୀଙ୍କୁ ସାଥୀରେ ନେଇ ବିରାଜିବେ କାଳିଆ ଠାକୁର।

author-image
Niranjan Mishra
3 chariots stood in front of the lion door

3 chariots stood in front of the lion door

ମହାପ୍ରଭୁମାନଙ୍କ ବାଟକୁ ସିଂହଦ୍ୱାର ଆଗରେ ଚାହିଁ ବସିଛି ୩ ରଥ। କେତେବେଳେ ଭାଇଭଉଣୀଙ୍କୁ ସାଥୀରେ ନେଇ ବିରାଜିବେ କାଳିଆ ଠାକୁର। ଆଜି ସକାଳୁ ମହାପ୍ରଭୁଙ୍କ ନିୟମିତ ନୀତିକାନ୍ତି ପରେ ତିନି ବାଡ଼ରୁ ତିନିଟି ଆଜ୍ଞାମାଳ ଆଣି ପୂଜା ପଣ୍ଡାମାନେ ଶୋଭାଯାତ୍ରାରେ ଆସିଥିଲେ ବଡ଼ଦାଣ୍ଡକୁ। ତେଲିଙ୍ଗି ବାଜାର ନାଦ ଓ ବିଜେ କାହାଳୀର ଗର୍ଜନରେ କଂପି ଉଠିଥିଲା ପରିବେଶ। ଆଜ୍ଞାମାଳ ଅର୍ପଣ ପରେ ଭକ୍ତମାନେ ଉତ୍ସାହର ସହ ସିଂହଦ୍ୱାରକୁ ଟାଣି ଆଣିଥିଲେ ତିନି ରଥକୁ।

Advertisment

ପ୍ରଥମେ ନନ୍ଦିଘୋଷ, ତା ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଟଣାଯିବାବେଳ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ। ସେପଟେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ଠାକୁରଙ୍କ ଘୋଷଯାତ୍ରା ପ୍ରସ୍ତୁତି। କାରଣ ରାତି ପାହିଲେ ଶ୍ରୀଗୁଣ୍ଡିଚା। ରଥାରୁଢ଼ ହେବେ ୩ ଠାକୁର।

ତେଣେ ଦୀର୍ଘଦିନ କଳା ଠାକୁରଙ୍କୁ ଦର୍ଶନ କରିବାର ଅପେକ୍ଷା ଅନ୍ତ ହୋଇଛି। ୧୫ ଦିନ ଅନବସର ପରେ ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ଭକ୍ତଙ୍କ ବ୍ୟକୁଳତା ଦେଖି ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଯାତ୍ରାରେ ବାହାରିବାକୁ ଚଞ୍ଚଳ ହେଲେଣି ଚତୁର୍ଦ୍ଧା ମୂରତି। ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଭକ୍ତଙ୍କ ଗହଣକୁ ଆସିବାକୁ ବ୍ୟାକୁଳ ହେଲେଣି ଭଗବାନ। ସେବକମାନେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି କରୁଛନ୍ତି।

Advertisment

ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ -

- ଆସନ୍ତାକାଲି ସକାଳ ୬ଟାରେ ମଙ୍ଗଳ ଆଳତି

- ୭ଟା ୧୦ରେ ସୂର୍ଯ୍ୟ ପୂଜା

- ସାଢ଼େ ୭ଟାରେ ଦ୍ୱାରପାଳ ପୂଜା

- ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଳଭ ବା ଖେଚୁଡ଼ି ଭୋଗ ଲାଗି

- ସକାଳ ୯ଟାରେ ରଥ ପ୍ରତିଷ୍ଠା

- ସାଢ଼େ ୯ଟାରୁ ଆରମ୍ଭ ହେବ ପହଣ୍ଡି

- ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସଂପନ୍ନ

- ଅପରାହ୍ନ ୪ଟାରେ ରଥ ଟଣା

 ତେଣୁ ଏବେ ଅପେକ୍ଷା ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ସେଇ ମହାମିଳନର ମହାପର୍ବ ଘୋଷଯାତ୍ରାକୁ।

Ratha Yatra Puri Shreemandir Lord Jagannath