Advertisment

ଆଜି ଆଡପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ଶୁକ୍ରବାରଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା। ଆଉ ଏଥିପାଇଁ ଉତ୍କଣ୍ଠା ସହରେ ଅନାଇ ରହିଛନ୍ତି ଶ୍ରଦ୍ଧାଳୁ ।

ଅଦ୍ୟତନ ହୋଇଛି
Puri

Puri

Advertisment

ଆଜି ଆଡପ ମଣ୍ଡପ ବିଜେ କରିବେ ତିନି ଠାକୁର।ସକାଳୁ ସକାଳୁ ଶରଧାବାଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।  ଆଜି ସନ୍ଧ୍ୟା ଯାଏଁ ରଥ ଉପରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ। ଏହାପରେ ଆରମ୍ଭ ହେବ ଆଡପ ମଣ୍ଡପ ବିଜେ। ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ମହାବାହୁ। ରଥ ଉପରେ ଶ୍ରୀଜିଉମାନଙ୍କର ସମସ୍ତ ନୀତିକାନ୍ତି ଚାଲିଛି।

Advertisment

ଜନ୍ମବେଦୀରେ ଅବସ୍ଥାନ ପରେ ଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଲୀଳାଖେଳା। ଶୁକ୍ରବାରଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା। ଆଉ ଏଥିପାଇଁ ଉତ୍କଣ୍ଠା ସହରେ ଅନାଇ ରହିଛନ୍ତି ଶ୍ରଦ୍ଧାଳୁ ।

ସୂଚନାଯୋଗ୍ୟ, ଗତକାଲି ପୁରୀରେ ରଥ ଟଣା ହୋଇଥିଲା। ମାଉସୀ ମାଆ ଭମନ୍ଦି ନିକଟରେ ଅଟକିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ  ଦେବୀ ସୁଭଦ୍ରାଙ୍କ ବଡ଼ଶଙ୍ଖ ନିକଟରେ ଅଟକି ଥିବା ଦର୍ପଦଳନରଥକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଟାଣି ଶରଧାବାଲିରେ ଲଗାଇଥିଲେ।  ମଙ୍ଗଳବାର ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା।

Advertisment
Ratha Yatra Puri Shreemandir Puri Puri Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe