Advertisment

ରଥଯାତ୍ରାରେ ନିରବଚ୍ଛିନ୍ନ ବିଜୁଳି ପାଇଁ ସବୁ ବ୍ୟବସ୍ଥା ହୋଇଛି: ଟିପିସିଓଡିଏଲ୍ ସିଇଓ

ରଥଯାତ୍ରାବେଳେ ବିଦ୍ୟୁତ କାଟ ନ କରିବାକୁ TPCODL ଓ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

ଅଦ୍ୟତନ ହୋଇଛି
ARVIND SINGH

ARVIND SINGH

Advertisment

ପୁରୀ ରଥଯାତ୍ରା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏହାର ତଦାରଖ ପାଇଁ ପୁରୀରେ ୫୦୦କର୍ମଚାରୀ ମୁତୟନ ହୋଇଛନ୍ତି। ଟିପିସିଓଡିଏଲ୍ କମ୍ପାନିର ସିଇଓ ଅରବିନ୍ଦ ସିଂହ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ପୁରୀରେ ସବୁ ଭୂତଳ ୩୩ କେଭି ତାର ଠିକ୍ ଅଛି। ବଡ଼ଦାଣ୍ଡ, ବେଳାଭୂମି ରାସ୍ତା, ଭିଆଇପି ରୋଡ୍ ଓ ଅନ୍ୟ ପ୍ରମୁଖ ସ୍ଥାନରେ ଫିଡର୍ ପିଲାର ବକ୍ସର ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇଛି । ଉତ୍ତମ ନିରୀକ୍ଷଣ ଓ ସମନ୍ୱୟ ପାଇଁ ପୁରୀ ଡିଭିଜନରେ କାମ କରିବାର ଅଭିଜ୍ଞତା ଥିବା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଅରବିନ୍ଦ ସିଂହ ଆହୁରି କହିଛନ୍ତି, ୩୩ କେଭି ଭୂତଳ କେବୁଲ ଜରିଆରେ ତାଳବଣିଆ, ଶ୍ରୀରାମନଗର, କଚେରି, ବଳିଆପଣ୍ଡା, ଚାରିନଳା ଓ ଅଠରନଳାର ସବଷ୍ଟେସନକୁ ସଂଯୋଗ କରାଯାଇଛି। ଯେମିତି କିଛି ଅସୁବିଧା ନ ହୁଏ, ସେଥିପାଇଁ ୩୩ କେଭି ଓ ୧୧ କେଭିର ୧୪ଟି ସବଷ୍ଟେସନର ମରାମତି କରାଯାଇଛି। ଏହା ଦ୍ୱାରା ଶ୍ରୀମନ୍ଦିର, ବଡ଼ଦାଣ୍ଡ, ବେଳାଭୂମି ରାସ୍ତା, ସିଟି ରାସ୍ତା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇପାରିବ। ଏହା ସହିତ ବିପଦପୂର୍ଣ୍ଣ ଅଞ୍ଚଳରେ ବାଡ଼ ଦିଆଯିବା ସହିତ ଭୂତଳ କେବୁଲ ନେଟୱର୍କରେ ୨୪ ଘଣ୍ଟା ପାଟ୍ରୋଲିଂ କରାଯାଇଛି ।

Advertisment

ରଥଯାତ୍ରାବେଳେ ବିଦ୍ୟୁତ କାଟ ନ କରିବାକୁ TPCODL ଓ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପୁରୀ ସହରକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। 

Ratha Yatra Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe