Advertisment

ରତ୍ନଭଣ୍ଡାରରେ ଖାଲି ଅଳଙ୍କାର ନୁହେଁ, ଗଚ୍ଛିତ ଅଛି ରାଜା ରାଜୁଡ଼ା ଅମଳର ଯୁଦ୍ଧାସ୍ତ୍ର ଓ ମୁକୁଟ

ଜଷ୍ଟିସ୍ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରାରେ କିଛି ଯୁଦ୍ଧ ସାମଗ୍ରୀ ରହିଛି। ସେଥିରେ କେତେକ ତେଣ୍ଟା ବର୍ଛା ଆଦି ଥିବା ଦେଖିବାକୁ ମିଳିଛି। ତେବେ ସେ ଅସ୍ତ୍ରଶସ୍ତ୍ର ଗୁଡ଼ିକ କଳା ପଡ଼ିଯାଇଥିବାରୁ ତାହା କେଉଁ ଧାତୁରେ ତିଆରି ଜଣାପଡ଼ିନି।

Puri

Puri

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଖାଲି ଅଳଙ୍କାର ନୁହେଁ, ଗଚ୍ଛିତ ଅଛି ରାଜା ରାଜୁଡ଼ା ଅମଳର ଯୁଦ୍ଧାସ୍ତ୍ର ଓ ମୁକୁଟ। ଯେଉଁଥିରେ ତେଣ୍ଟା ଓ ବର୍ଚ୍ଛା ଭଳି ରାଜା ରାଜୁଡ଼ା ଅମଳର ଅସ୍ତ୍ରଶସ୍ତ୍ର ରହିଛି। ଗୁରୁବାର ମହାପ୍ରଭୁ ଜଗନ୍ନାଥଙ୍କ ଭିତର ଭଣ୍ଡାରରୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍‌କୁ ସମସ୍ତ ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଆଜି ଏଭଳି ଆଚମ୍ବିତ କଲାଭଳି ତଥ୍ୟ ଦେଇଛନ୍ତି ଖୋଦ ରତ୍ନଭଣ୍ଡାର ତଦାରଖ କମିଟିର ମୁଖ୍ୟ ଜଷ୍ଟିସ ବିଶ୍ୱନାଥ ରଥ।

Advertisment

ଓଟିଭିକୁ ସାକ୍ଷାତକାର ଦେଇ ଜଷ୍ଟିସ୍ ରଥ କହିଛନ୍ତି, ଭିତର ରତ୍ନଭଣ୍ଡାର ସିନ୍ଦୁକ ଓ ଆଲମିରାରେ କିଛି ଯୁଦ୍ଧ ସାମଗ୍ରୀ ରହିଛି। ସେଥିରେ କେତେକ ତେଣ୍ଟା ବର୍ଛା ଆଦି ଥିବା ଦେଖିବାକୁ ମିଳିଛି। ତେବେ ସେ ଅସ୍ତ୍ରଶସ୍ତ୍ର ଗୁଡ଼ିକ କଳା ପଡ଼ିଯାଇଥିବାରୁ ତାହା କେଉଁ ଧାତୁରେ ତିଆରି ଜଣାପଡ଼ିନି। ସେଗୁଡ଼ିକୁ ସିଲ କରାଯାଇ ଅସ୍ଥାୟୀ ଭଣ୍ଡାରରେ ରଖାଯାଇଛି। ଏଥିସହ ସେ ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ରତ୍ନଭଣ୍ଡାରରେ ମୁକୁଟ ଅଛି। ହେଲେ କେତେଟା ମୁକୁଟ ଅଛି? ତାହା କେଉଁ ରାଜାମାନଙ୍କର ? ସେ ଗୁମର କିନ୍ତୁ ଖୋଲିଲେନି। କେବଳ ଚୁମ୍ବକରେ ଏତିକି ସୂଚନା ଦେଇଛନ୍ତି ଯେ, ମୁକୁଟଗୁଡ଼ିକୁ ପୂର୍ବ ଗଣତି ବେଳେ ନମ୍ବରିଂ କରାଯାଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି ଯୁଦ୍ଧାସ୍ତ୍ର ଓ ମୁକୁଟ କେଉଁ ରାଜାଙ୍କ ଅମଳର? କିଏ ଏହାକୁ ବ୍ୟବହାର କରୁଥିଲେ? ଅବା କେଉଁ ରାଜ୍ୟର ରାଜାଙ୍କୁ ପରାସ୍ତ କରି ତାହାକୁ ବିଜୟ ସଙ୍କେତ ଭାବେ ଗଜପତିମାନେ ଆଣିଥିଲେ କି? ୟାକୁ ନେଇ ଐତିହ୍ୟ ବିଶେଷଜ୍ଞଙ୍କ ମତ ହେଲା ASI ନିକଟରେ ଥିବା ଜ୍ଞାନକୌଶଳକୁ ବ୍ୟବହାର କରି ସେସବୁ କେତେ ବର୍ଷ ତଳର ତାହା ସହଜରେ ଜାଣିହେବ।

Advertisment

ସେପଟେ ରତ୍ନଭଣ୍ଡାର ଭିତରେ ଅଧିକ ଗୁପ୍ତ କୋଠରୀ କି ସୁଡ଼ଙ୍ଗ ଅଛି କି ନାହିଁ, ତାକୁ ନେଇ କିନ୍ତୁ ସଂଶୟର ସମାପ୍ତି ଘଟୁନି। ଯଦିଓ ରତ୍ନଭଣ୍ଡାର ଭିତରକୁ ଯାଇଥିବା ୧୧ ଜଣିଆ ପ୍ରାଧିକୃତ ଟିମ୍ ଏସବୁ ଚର୍ଚ୍ଚା ଆଲୋଚନାକୁ ଗୁଜବ ବୋଲି କହି ସାରିଛନ୍ତି। କିନ୍ତୁ ଗଜପତି ମହାରାଜାଙ୍କ ଲେଜର ସ୍କାନିଂ ସଙ୍କେତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର ପାଇଁ ଏସ୍ଓପିରେ ସଂଶୋଧନ ସହ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ପୁଣିଥରେ ଏନେଇ ଯାଞ୍ଚ ପାଇଁ ସରକାରଙ୍କୁ ସୁପାରିଶ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ।

ଏବେ ଅପେକ୍ଷା, ସରକାରଙ୍କ ଅନୁମୋଦନ ପରେ ବୈଜ୍ଞାନିକ ପଦ୍ଧତିରେ ଯାଞ୍ଚରୁ ଯୁଦ୍ଧାସ୍ତ୍ର ଓ ଅଳଙ୍କାରର ପ୍ରାଚୀନତା ଜଣା ପଡ଼ିବା ସହ ଗୁପ୍ତ ସୁଡ଼ଙ୍ଗ ଉପରୁ କେବେ ଉଠୁଛି ରହସ୍ୟ।

Puri Lord Jagannath Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe