Advertisment

କାହିଁକି ଘଟିଲା ଏତେ ବଡ଼ ଅଘଟଣ; ସେବାୟତଙ୍କ ଅସାବଧାନତା ନା ବେପରୁଆ ମନୋଭାବ !

ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ସିଧାସଳଖ ଏଥିପାଇଁ ସେବକଙ୍କ ବିଶୃଙ୍ଖଳିତ ଆଚରଣକୁ ଦାୟୀ କରିଛନ୍ତି।

author-image
Manoj Swain

ଆଡ଼ପ ପହଣ୍ଡି ମହାବିଭ୍ରାଟକୁ ନେଇ ସାରା ରାଜ୍ୟରେ ଉଦବେଗ। ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳରେ ପଡ଼ିଯାଇଥିଲେ । ଏହାକୁ ନେଇ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ଯୁବ ସେବାୟତମାନେ କିଛି ମାନୁ ନାହାନ୍ତି। ରଥରେ ଦରକାରଠୁ ଅଧିକ ଗୁଣା ସେବାୟତ ଓ ଅଣସେବାୟତ ଚଢୁଛନ୍ତି।  ରଥ ଉପରେ ସମସ୍ତ ସେବାୟତଙ୍କ ହାତରେ ମୋବାଇଲ । ଆଉ ତାହା ହିଁ କାଳ କଲା ।

Advertisment
Odisha Puri Shreemandir