Advertisment

ସରିଲା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା

ଦିନ ୨ଟା ବେଳେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରୁ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ପୂର୍ବରୁ ସିଂହଦ୍ୱାର ଠାରେ ଚକଡ଼ା ଲାଗିଥିଲା। ବାହୁଡ଼ା ଯାତ୍ରାରେ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Ratha

Ratha

ସଂପନ୍ନ ହେଲା କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା। ରୀତିନୀତି ମୁତାବକ ନିର୍ଦ୍ଧାରିତ ସମୟ ପୂର୍ବରୁ ବାହୁଡ଼ା ଯାତ୍ରା ସଂପନ୍ନ ହୋଇଛି। ରଥାରୁଢ଼ ସିଦ୍ଧ ବଳଦେବଜୀଉଙ୍କୁ ଦର୍ଶନ କରିବା ସହ ବ୍ରହ୍ମ ତାଳଧ୍ୱଜ ରଥ ଟାଣି ଆଶିଷ ଭିକ୍ଷା କଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।

Advertisment

ଦିନ ୨ଟା ବେଳେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରୁ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ପୂର୍ବରୁ ସିଂହଦ୍ୱାର ଠାରେ ଚକଡ଼ା ଲାଗିଥିଲା। ବାହୁଡ଼ା ଯାତ୍ରାରେ ଅଗଣିତ ଭକ୍ତଙ୍କ ସମାଗମ ହୋଇଥିଲା। ଆସନ୍ତା କାଲି ରଥ ଉପରେ ଏକାଦଶୀ ବ୍ରତ ଅନୁଷ୍ଠିତ ହେବ। ଗୁରୁବାର ନୀତିସ୍ନାନ ପରେ ବଳଦେବଜୀଉଙ୍କ ରଘୁନାଥ ବେଶ ହେବ ଓ ତା ପରେ ରହିଛି ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ।

Ratha Yatra