Advertisment

ଅଧା ବାଟରେ ଫସିଲା ପ୍ରଭୁ ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ

ଆଜି ନିର୍ଦ୍ଧାରିତ ସମୟରେ ବ୍ରହ୍ମ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ଅତି ଶ୍ରଦ୍ଧାରେ ପ୍ରଭୁ ବଳଦେବ ଜୀଉଙ୍କ ରଥକୁ ଟାଣି ନେଉଥିଲେ। ଦେବୋତ୍ତର କାର୍ଯ୍ୟାଳୟ ପାର୍ଶ୍ୱରେ ହଠାତ୍‌ ରଥ ବାମ ମୋଡ ନେଇ ଟ୍ରାକ୍‌ ବାହାରକୁ ଚାଲି ଯାଇଥିଲା।

ଅଦ୍ୟତନ ହୋଇଛି
Kendrapara

Kendrapara

Advertisment

ଅଧା ବାଟରେ ଫସିଲା କେନ୍ଦ୍ରପଡ଼ାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ। ଶ୍ରଦ୍ଧାଳୁମାନେ ଟାଣି ନେଲା ବେଳେ ଦେବୋତ୍ତର କାର୍ଯ୍ୟାଳୟ ପାଖରେ ବାମ ମୋଡ଼ ନେଇ ଅଟକିଲା ବ୍ରହ୍ମ ତାଳଧ୍ୱଜ ରଥ। ମେସିନ ସାହାଯ୍ୟରେ ରଥକୁ ଟ୍ରାକ୍‌କୁ ଆଣିବାକୁ ଉଦ୍ୟମ ଚାଲିଛି।

Advertisment

ଆଜି ନିର୍ଦ୍ଧାରିତ ସମୟରେ ବ୍ରହ୍ମ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ଅତି ଶ୍ରଦ୍ଧାରେ ପ୍ରଭୁ ବଳଦେବ ଜୀଉଙ୍କ ରଥକୁ ଟାଣି ନେଉଥିଲେ। ଦେବୋତ୍ତର କାର୍ଯ୍ୟାଳୟ ପାର୍ଶ୍ୱରେ ହଠାତ୍‌ ରଥ ବାମ ମୋଡ ନେଇ ଟ୍ରାକ୍‌ ବାହାରକୁ ଚାଲି ଯାଇଥିଲା। ଯେତେ ଚେଷ୍ଟା କରିଥିଲେ ମଧ୍ୟ ରଥ ଉଠାଯାଇପାରି ନଥିଲା। ଶେଷରେ ପ୍ରଶାସନ ରେଲୱେର ହାଇଡ୍ରୋଲିକ ଜ୍ୟାକ୍‌ର ସାହାଯ୍ୟ ନେଇଥିଲା। ବର୍ତ୍ତମାନ ଜ୍ୟାକ୍‌ର ମାଧ୍ୟମରେ ରଥକୁ ଟ୍ରାକ୍‌କୁ ଅଣା ଯାଉଛି। ଚକ ଉଠିବା ପରେ ରଥ ପୁଣି ଥରେ ଗଡ଼ିବ। ସନ୍ଧ୍ୟା ୬.୨୫ ମିନିଟ୍‌ ପୂର୍ବରୁ ରଥ ପହଞ୍ଚିବ ବୋଲି ସେବାୟତ ଓ ଆୟୋଜକମାନେ ଆଶା ବ୍ୟକ୍ତ କରିଛନ୍ତି।

ରଥର ଡାହୁକ କହିଛନ୍ତି, ଏଥିରେ କାହାର କିଛି ଭୁଲ୍‌ ନାହିଁ। ସବୁ ସେହି ପ୍ରଭୁଙ୍କ ଲୀଳା। ସବୁକିଛି ଠିକ୍‌ଠାକ୍ ହୋଇଯିବ। ପ୍ରଭୁ ନିର୍ଦ୍ଧାରିତ ସମୟରେ ପହଞ୍ଚିବେ ବୋଲି ଡାହୁକ କହିଛନ୍ତି।

Advertisment

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Ratha Yatra Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe