Advertisment

ବିରଳ ପରମ୍ପରା; ନୀଳ ଜଳରାଶିରେ ଟଣା ହେଲା ରଥ

ସମଗ୍ର ବିଶ୍ୱରେ ସବୁଠି ସ୍ଥଳ ପଥରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚିଲିକାରେ କିନ୍ତୁ ଦେଖିବାକୁ ମିଳେ ବ୍ୟତିକ୍ରମ । ଏଠାରେ ଜଳପଥରେ ଅନୁଷ୍ଠିତ ହୋଇଛି ରଥଯାତ୍ରା ।

Ratha Yatra

Ratha Yatra

Advertisment

ଭକ୍ତଙ୍କ ପାଖକୁ ଓହ୍ଲାଇ ଆସିଛନ୍ତି ଭାବ ବିନୋଦିଆ କଳାଠାକୁର। ଭାଇଭଉଣୀଙ୍କ ସହ ରତ୍ନସିଂହାସନ ଛାଡ଼ି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଅଭିମୁଖେ ଯାତ୍ରା କରିଛନ୍ତି। କେବଳ ପୁରୀରେ ନୁହେଁ, ରାଜ୍ୟ ସମେତ ଦେଶର ବିଭିନ୍ନ କୋଣରେ ଅନୁଷ୍ଠିତ ହେଉଛି ରଥ ଯାତ୍ରା।

Advertisment

ସମଗ୍ର ବିଶ୍ୱରେ ସବୁଠି ସ୍ଥଳ ପଥରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚିଲିକାରେ କିନ୍ତୁ ଦେଖିବାକୁ ମିଳେ ବ୍ୟତିକ୍ରମ । ଏଠାରେ ଜଳପଥରେ ଅନୁଷ୍ଠିତ ହୋଇ ଆସୁଛି ରଥଯାତ୍ରା । ଯାହାକି ନିଆରା ରଥଯାତ୍ରା ଭାବେ ସମଗ୍ର ଅଞ୍ଚଳରେ ପାଳନ କରାଯାଏ । ଜଗନ୍ନାଥଙ୍କ ରୀତିନୀତି ଅନୁସାରେ ସମସ୍ତ ନୀତିକାନ୍ତି କାର୍ଯ୍ୟ ଅନୁଯାୟୀ ପାଳିତ ହୋଇଛି ଏହି ରଥଯାତ୍ରା ।

ଖୋର୍ଦ୍ଧା ଜିଲ୍ଲା ଅଧୀନ ଚିଲିକା ର ମଧ୍ୟ ଭାଗରେ ରହିଛି "କାଙ୍କଣ ଶିଖରୀ" ଗାଁ। ଏହା ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ । ସେହିଠାରେ ଆଜକୁ ଦୀର୍ଘ ୧୦ ବର୍ଷ ଧରି ଏଭଳି ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଗତକାଲି ଚିଲିକାର ନୀଳ ଜଳ ରାଶିରେ ଦେଖିବାକୁ ମିଳିଥିଲା ଏପରି ଅଦ୍ଭୂତପୂର୍ବ ଦୃଶ୍ୟ ।

Advertisment

ତିନୋଟି ନଉକା ( ନନ୍ଦିଘୋଷ , ତାଳଧ୍ୱଜ , ଦର୍ପଦଳନ ) କୁ ଗୋଟିଏ ରଜୁରେ ବନ୍ଧା ଯିବା ପରେ ସେଥିରେ ନିର୍ମାଣ ହୋଇଥିଲା ରଥ । ସେହି ରଥରେ ବିରାଜମାନ କରିଥାନ୍ତି ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରା । ରଥାରୂଢ ହେବା ପରେ ନୀଳ ଜଳରାଶିରେ ହୋଇଥିଲା ରଥଟଣା ପରମ୍ପରା। 

ମାଉସୀ ଘରକୁ ନେବା ପରିବର୍ତ୍ତେ ୩ ରଥକୁ "କାଙ୍କଣ ଶିଖରୀ" ଗାଁର ଅନ୍ୟ ଏକ ସ୍ଥାନରେ ରଖା ଯାଇଛି। ଏହାପରେ ଗୁଣ୍ଡିଚା ଦିନ ବିଧି ମୁତାବକ ୩ ଠାକୁର ନିଜ ରତ୍ନ ବେଦୀକୁ ଫେରିବେ। ଏହି ବିରଳ ରଥ ଯାତ୍ରାକୁ ଦେଖିବାକୁ ଚିଲିକା କୂଳରେ ଶ୍ରଦ୍ଧାଳୁଙ୍କ ବେଶ ଗହଳି ଜମିଥିଲା। 

ଚିଲିକାର ନୀଳ ଜଳରାଶି ହୋଇଥାଏ ବଡ଼ଦାଣ୍ଡ ଏବଂ ଚିଲିକା ଢେଉରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଥାଏ ବିରଳ ରଥଯାତ୍ରା । ରଥ ରଜୁର ଆବଶ୍ୟକତା ନାହିଁ ବରଂ ଭାବରେ ବନ୍ଧା ନୀଳାମୟ ଠାକୁରଙ୍କ ଶ୍ରଦ୍ଧାଳୁ ଭକ୍ତଙ୍କ ଗହଣରେ ପ୍ରତିବର୍ଷ ମହାପ୍ରଭୁଙ୍କ ଏହି ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ।

Ratha Yatra Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe