Advertisment

ରଥଖଳାରୁ ଇଞ୍ଚେ ବି ଗଡ଼ିଲାଣି ବ୍ରହ୍ମ ତାଳଧ୍ୱଜ, ଭାଙ୍ଗିଲା ପରମ୍ପରା

ତୁଳସୀ କ୍ଷେତ୍ର କୁହାଯାଉଥିବା କେନ୍ଦ୍ରାପଡ଼ାରେ ଗଡ଼ିଲାନି ବ୍ରହ୍ମ ତାଳଧ୍ୱଜ ରଥ।

author-image
Niranjan Mishra
Kendrapada Rath Yatra

Kendrapada Rath Yatra

ତୁଳସୀ କ୍ଷେତ୍ର କୁହାଯାଉଥିବା କେନ୍ଦ୍ରାପଡ଼ାରେ ଗଡ଼ିଲାନି ବ୍ରହ୍ମ ତାଳଧ୍ୱଜ ରଥ। ରଥଖଳାରୁ ଇଞ୍ଚେ ବି ଆଦୌ ଗଡ଼ିଲାନି। ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି ସେବାୟତ। ପ୍ରଶାସନର ତାଳମେଳ ଅଭାବରୁ ରଥ ଗଡ଼ିଲାନି ବୋଲି ସେବାୟତଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଆଜି ନୀତିକାନ୍ତି ସହ ପହଣ୍ଡି ବି ସରିଯାଇଥିଲା। ପରମ୍ପରା ଅନୁଯାୟୀ, ଆଜି ଅଳ୍ପ ରଥଟଣା ହୋଇ ପୁଣି ଆସନ୍ତାକାଲି ସମ୍ପୂର୍ଣ୍ଣ ରଥଟଣା ହେବା କଥା। କିନ୍ତୁ ସୂର୍ଯ୍ୟାସ୍ତ ହେବାରୁ ଆଜି 
ଆଉ ରଥ ଟଣା ହୋଇପାରିଲାନି ବୋଲି ଦେବୋତ୍ତର ବିଭାଗ କହିଛି। ଏହାକୁ ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।

Advertisment

ଏନେଇ ପୂଜାପଣ୍ଡା ସେବାୟତ ମହେଶ୍ୱର ପାତ୍ରୀ କହିଛନ୍ତି, ନୀତି ମୁତାବକ ଆଜି ରଥ ଦୁଇ ଦଉଡ଼ି ବାଟ ଟଣାଯିବା କଥା। ରଥ ନିକଟସ୍ଥ ମଠ ଠାରେ ଅଟକିବା କଥା।  କିନ୍ତୁ ସେବକ ଓ ପ୍ରଶାସନିକ ତାଳମେଳ ଅଭାବରୁ ରଥଟଣା ହୋଇପାରିନି। ଏଥିସହ ହଜାର ହଜାର ବର୍ଷର ପରମ୍ପରା ଭାଙ୍ଗିଛି।

କେନ୍ଦ୍ରାପଡ଼ା ଏସ୍‌ଡିପିଓ ଜୟନ୍ତ ମହାପାତ୍ର କହିଛନ୍ତି ପାଳିଆ ପଣ୍ଡାଙ୍କ ଅସୁବିଧା ଯୋଗୁ ରଥଟଣା ହୋଇପାରିନି। ସେବାୟତଙ୍କ ଭିତରେ ହିଁ ଅସନ୍ତୋଷ ଥିଲା। ତେଣୁ ଆସନ୍ତାକାଲି ରଥ ଟଣାଯିବ।

Advertisment

ଦେବୋତ୍ତର କମିଶନର ବଳଭଦ୍ର ପତ୍ରୀ କହିଛନ୍ତି, ଖରାଗରମରୁ ପହଣ୍ଡି ବିଳମ୍ବ ହୋଇଥିଲା। ତେଣୁ ରଥଟଣା ହୋଇପାରିନି। ରାତିରେ ରଥ ଟାଣିଥିଲେ କିଛି ଅଘଟଣ ଘଟିବା ଆଶଙ୍କା ଥିବାରୁ ଆସନ୍ତାକାଲିକୁ ରଥଟଣା ଯିବ। ଏହାଛଡ଼ା ରାତିରେ ରଥଟଣା ଯିବାର ନିୟମ ନାହିଁ।

Ratha Yatra Kendrapada