Advertisment

ଦ୍ରୁତ ଗତିରେ ଆଗେଇ ଚାଲିଛି ବିଶ୍ୱ ନିୟନ୍ତାଙ୍କ ରଥ ନିର୍ମାଣ କାମ

ଚିତ୍ରକାର ସେବକମାନେ ତିନି ରଥର ହଂସ ପଟା, ଶିଖର ଡମ୍ବରୁ, ଅଁଳା, କନ୍ୟା ପଟା, ଥେକେରା ବାଡ, ୧୫ରୁ ଊର୍ଦ୍ଧ୍ୱ ପାର୍ଶ୍ଵ ଦେବଦେବୀ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଶେଷ କରି ରଥ ଚକ, କୋଣ ଗୁଜ, ପଟା ଗୁଜରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

ଅଦ୍ୟତନ ହୋଇଛି
Puri

Puri

Advertisment

ବିଶ୍ୱକର୍ମା ମହାରଣାମାନେ ରଥ ନିର୍ମାଣ କାମ ଦ୍ରୁତ ଗତିରେ କରୁଛନ୍ତି। ତିନି ରଥରେ ଖପୁରୀ ସମେତ ପାରାଭାଡ଼ିକୁ ମିଶାଇ ୧୩ ପରସ୍ତ ପୋଟଳ ସେଟିଂ ସମ୍ପୂର୍ଣ୍ଣ ହୋଇଛି। ପ୍ରଭାଫ୍ରେମ୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ବେଦୀରେ ପଡ଼ିଛି ଜଗତପୃଷ୍ଠ ସେଣୀ। ମହାରଣା ସେବକମାନେ ତିନି ରଥର ପ୍ରଭାଫ୍ରେମ୍‌ ପ୍ରସ୍ତୁତ ପୂର୍ବକ ଫ୍ରେମ୍‌ରେ ପଟା ପକାଇ ଖିଲଣ କଟିଙ୍ଗ ଶେଷ କରିଛନ୍ତି। ପ୍ରଭାରେ ବାଙ୍କ ପଡ଼ି ରୂପ ଖୋଦେଇ ପଟା ସେଟିଙ୍ଗ ବାକି ରହିଛି।

Advertisment

ଆଜି ତିନି ରଥର ବେଦୀ ସିଂହାସନ ପ୍ରସ୍ତୁତି ପାଇଁ ରଥ ଚାରି ନାହାକା ଆଗ ଓ ପଛ ଢମକରେ ପାଞ୍ଚଟି ଲେଖାଏଁ ୨୦ ଫୁଟିଆ ଜଗତପୃଷ୍ଠ ସେଣୀ ପଡ଼ି କଣ୍ଟା ବସିବା ଶେଷ ହୋଇଛି। (ବେଦୀ ଚାରି ପାର୍ଶ୍ୱରେ ପଟା ପଡ଼ିବା ଶେଷ ହେବା ପରେ ବେଦୀ ପରିସରକୁ ବଢ଼ାଇବା ପାଇଁ ସେଣୀ ପତନରେ ବେଦୀ ଉଭୟ ପାର୍ଶ୍ୱରେ ତିନୋଟି ଲେଖାଏଁ ୬ଟି ବାହୁଟ ଫାଳିଆ ପଡ଼ି ପଟା ପକାଯାଇ ବେଦୀ ପ୍ରସ୍ତୁତ କରାଯିବ)

ଆଜି ତିନି ରଥର ଚାରି କୋଣମାନଙ୍କୁ ଛାଡି ବେଦୀ ଚାରି ପଟେ ପଟା ବାଡିଆ କାର୍ଯ୍ୟ ଜାରୀ ରହିଛି। ତିନି ରଥକୁ ଦୁଆର ବେଢ଼ା ଉଠିବା ପରେ ଖାଲି ଥିବା ଏହି କୋଣ ଗୁଡିକରେ ପଟା ପକା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ।

Advertisment

ରୂପକାର ସେବକମାନେ ତିନି ରଥର ଶେଷ ଦୁଇଟି ଲେଖାଏଁ ନାଟ ଗୋଡ଼ରେ ରାହୁ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ଚିତ୍ରକାର ସେବକମାନେ ତିନି ରଥର ହଂସ ପଟା, ଶିଖର ଡମ୍ବରୁ, ଅଁଳା, କନ୍ୟା ପଟା, ଥେକେରା ବାଡ, ୧୫ରୁ ଊର୍ଦ୍ଧ୍ୱ ପାର୍ଶ୍ଵ ଦେବଦେବୀ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଶେଷ କରି ରଥ ଚକ, କୋଣ ଗୁଜ, ପଟା ଗୁଜରେ ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

ସେପଟେ ପଞ୍ଚମୀରେ ଓଡ଼ିଆ ମଠପକ୍ଷରୁ ଯୋଗାଇ ଦିଆଯାଇଥିବା ଫୁଲରୀ ତେଲ ଲାଗି ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଛନ୍ତି। ସାଷ୍ଟାଙ୍ଗ ହୋଇଛନ୍ତି। ଚାଲିଛି ଷଷ୍ଠୀଠାରୁ ନବମୀ ପର୍ଯ୍ୟନ୍ତ ଓଷଲାଗି ଗୁପ୍ତ ସେବା। ଜୟବିଜୟ ଦ୍ୱାର ନିକଟରେ ଅଣସର ପଟିଦିଅଁଙ୍କ ନିକଟରେ ଦୈନନ୍ଦିନ ନୀତିକାନ୍ତି କରାଯାଉଛି। ମହାପ୍ରସାଦ ପାଉଛନ୍ତି ଭକ୍ତ।

ଅନ୍ୟପଟେ ଅଣସର ସମୟରେ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଉଥିବା ସର ଛେନା, ଖିର, ଖୁଆ ଆଦିରେ ପଣା ପ୍ରସ୍ତୁତ କରାଯାଇ ଦଇତାପତି ସେବକମାନେ ଭକ୍ତଙ୍କୁ ଅଣସର ପଣା ପ୍ରଦାନ କରୁଛନ୍ତି। ସର, ଖୁଆ, ଆଦି ବେହରଣଦ୍ଵାରରେ ଭୋଗ ଲାଗି କରାଯାଇଥାଏ। ସେହି ସରରେ ଖିର ଓ ଛାଚି ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯାଉଛି। ଅଣସର ପଣାକୁ ଅତ୍ୟନ୍ତ ପ୍ରେମରେ ଭକ୍ତି ଭାବରେ ଗ୍ରହଣ କରିଥାନ୍ତି ଶ୍ରଦ୍ଧାଳୁ।

Ratha Yatra Puri Shreemandir Sri Jagannath Lord Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe