ଖାଇଲେ ମୋଦକ ଉଠି ବସିବେ କଳାମାଣିକ | Odisha Reporter
ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଶୋଇରହିଛନ୍ତି ବ୍ରହ୍ମାଣ୍ଡ ଠାକୁର। ସ୍ନାନ ବେଦୀରେ 108 ଗରା ସୁବାସିତ ଜଳରେ ଗାଧୋଇ ଜ୍ୱରରେ କମ୍ପୁଛି ଶ୍ରୀଜିଉଙ୍କ ଶରୀର। ମିଳିନ ପଡିଯାଇଛି ରଙ୍ଗାଅଧର ଆଉ କ୍ଷୀଣ ହୋଇଯାଇଛି ଶରୀର। ବ୍ରହ୍ମାଣ୍ଡର ବଡ଼ ବୈଦ୍ୟଙ୍କୁ ତୁରନ୍ତୁ ସୁସ୍ଥ କରିବା ପାଇଁ ଲାଗିପଡିଛନ୍ତି ରାଜବୈଦ୍ୟ। ଏନେଇ ଆଜି ଏକାଦଶୀ ତିଥିରେ ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉ ମାନଙ୍କୁ ଲାଗି ହେବ ଦଶମୂଳ ମୋଦକ। ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
