Advertisment

ଆଜି ଅସୁସ୍ଥ ଶ୍ରୀଜିଉଙ୍କୁ ଲାଗି ହେବ ଦଶମୂଳ ମୋଦକ

ଆଜି ଏକାଦଶୀ ତିଥିରେ ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉ ମାନଙ୍କୁ ଲାଗି ହେବ ଦଶମୂଳ ମୋଦକ। ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ ।

author-image
Niharika Rout
Dasmula Modaka

Dasmula Modaka

ଆଜି ଏକାଦଶୀ ତିଥିରେ ଜ୍ୱରରେ ଆକ୍ରାନ୍ତ ଶ୍ରୀଜିଉ ମାନଙ୍କୁ ଲାଗି ହେବ ଦଶମୂଳ ମୋଦକ। ଅତ୍ୟନ୍ତ ନିଷ୍ଠା ଓ ପବିତ୍ରତାର ସହ ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ ।

Advertisment

ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ବିଭିନ୍ନ ପ୍ରକାରର ଆୟୂର୍ବେଦ ଚେରମୂଳରେ ପ୍ରସ୍ତୁତ ହୋଇଛି ଏହି ଦଶମୂଳ ମୋଦକ। ଏହାକୁ ସେବନ କରି ସଂପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି। ତା’ ପରେ ମହାପ୍ରଭୁଙ୍କ ନିକଟରେ ଖଳି ପହଞ୍ଚିବ । ଏହାପରେ ଖଲି ଲାଗି କରାଯିବ ।

ଆସନ୍ତାକାଲି ମହାପ୍ରଭୁ ସୁସ୍ଥ ହେବା ନେଇ ଶୁଭ ଖବର ଶ୍ରୀନଅରରେ ଥିବା ଗଜପତି ମହାରାଜାଙ୍କୁ ଦିଆଯିବ । ଏହି ଅବସରରେ ମହାପ୍ରଭୁଙ୍କ ସୁସ୍ଥତାର ପ୍ରମାଣ ସୂରୁପ ଅଣସରରେ ମହାପ୍ରଭୁଙ୍କୁ ଲାଗି ହୋଇଥିବା କରାଳ ଚନ୍ଦନ, ଚନ୍ଦନ, ପାଟ ଡୋରକୁ ଏକ ରୂପା ଥାଳିରେ ଗଜପତି ମହାରାଜାଙ୍କୁ ପ୍ରଦାନ କରାଯିବ । ଏହାପରେ ଗଜପତି ମହାରାଜାଙ୍କ ସହ ରଥ ଯାତ୍ରାର ସୁପରିଚାଳନା ସମ୍ପର୍କରେ ଆଲୋଚନା କରାଯିବ ।

Advertisment

ସେପଟେ ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ବି ସରି ସରି ଆସୁଛି। ବିଶ୍ୱକର୍ମା ମହାରଣାମାନେ ରଥ ସିଂହାସନ ଓ ପ୍ରଭା ନିର୍ମାଣରେ ଲାଗିଥିବାବେଳେ ଚିତ୍ରକାର ସେବକ ହଂସ ପଟା, ଶିଖର ଡମ୍ବରୁ, ଅଁଳା ସହ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଶେଷ କରି ରଥ ଚକ, କୋଣ ଗୁଜ ଓ ପଟା ଗୁଜରେ ରଙ୍ଗ କାର୍ଯ୍ୟ କରିଛନ୍ତି।

Puri Shreemandir Puri Ratha Yatra