Advertisment

ଶ୍ରୀମନ୍ଦିରରେ ନୀତି ବିଭ୍ରାଟ; ବିଳମ୍ବରେ ଲାଗିଲା ପତିତପାବନ ବାନା

ଗତକାଲି ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ରାତି ପର୍ଯ୍ୟନ୍ତ ବାନା ଲାଗି ପାରିନଥିଲା

Puri

Puri

Advertisment

ଗତକାଲି ଶ୍ରୀମନ୍ଦିର ନୀଳଚକ୍ରରେ ବିଳମ୍ବରେ ଲାଗିଛି ବାନା। ଦଇତା ଓ ଚୁନରା ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ଗତକାଲି ଏଭଳି ବିଭ୍ରାଟ ଦେଖାଯାଇଥିଲା। ପ୍ରତିଦିନ ସଂଧ୍ୟାରେ ନୀଳଚକ୍ରରେ ପତିତପାବନ ବାନା ଲଗାଯାଇଥାଏ। 

Advertisment

ତେବେ ଗତକାଲି ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ରାତି ପର୍ଯ୍ୟନ୍ତ ବାନା ଲାଗି ପାରିନଥିଲା। ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୀଳଚକ୍ରରେ ପତିତପାବନ ବାନା ଲଗାଇଥିଲେ ଚୁନରା ସେବାୟତ।

ଅନ୍ୟପକ୍ଷରେ ନନ୍ଦିଘୋଷର ରଥର ଦକ୍ଷିଣ ମୋଡ଼ ହୋଇଛି। ନବ ଦିନାତ୍ମକ ଯାତ୍ରାରେ ରଥ ଚଢ଼ି ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀ ବିଜେ କରିଛନ୍ତି କାଳିଆ ସାଆନ୍ତ। ଆଉ ଦିନକ ପରେ ଅର୍ଥାତ ସୋମବାର ବାହୁଡ଼ା ଯାତ୍ରାରେ ନୀଳକନ୍ଦର ଅଭିମୁଖେ ବାହୁଡ଼ିବେ ନୀଳମଣି। ଆଉ ଏଥିପାଇଁ ଗତକାଲିଠୁ ପ୍ରକ୍ରିୟା ଆରମ୍ଭ ହେଲାଗଲାଣି। ଗତକାଲି ଦର୍ପଦଳନ ଓ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ସରିଥିଲା। ଆଜି ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯା‌ଇଛି।

Advertisment
Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe