Advertisment

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀ

ନିର୍ଦ୍ଧାରିତ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ଘଣ୍ଟ, ଘଣ୍ଟା ଓ ମୃତଦଙ୍ଗର ତାଳେ ତାଳେ ଶ୍ରଦ୍ଧାଳୁମାନେ ପ୍ରଭୁ ବଳଭଦ୍ରଙ୍କ ରଥ ଟାଣି ନେଇଥିଲେ। ଠିକ୍‌ ସମୟରେ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ଥିଲା। ତା’ପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ରଥ ଟଣା।

Baripada

Baripada

Advertisment

ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ଆଜି ଗଡ଼ିଛି ରଥ। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥ, ପରେ ଦେବୀ ସୁଭଦ୍ରାଙ୍କ ରଥ ଗଡ଼ିଥିଲା। ଆଉ ଏହି ରଥକୁ ଟାଣିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମହିଳାଙ୍କ ସହ ମିଶି ସେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିବା ଦେଖିବାକୁ ମିଳିଛି। ସେହି ସମୟରେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ।

Advertisment

ନିର୍ଦ୍ଧାରିତ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ଘଣ୍ଟ, ଘଣ୍ଟା ଓ ମୃତଦଙ୍ଗର ତାଳେ ତାଳେ ଶ୍ରଦ୍ଧାଳୁମାନେ ପ୍ରଭୁ ବଳଭଦ୍ରଙ୍କ ରଥ ଟାଣି ନେଇଥିଲେ। ଠିକ୍‌ ସମୟରେ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ଥିଲା। ତା’ପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ରଥ ଟଣା। ପରମ୍ପରା ଅନୁସାରେ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣି ନେଇଥିଲେ ମହିଳା ଶ୍ରଦ୍ଧାଳୁ। ମହିଳାଙ୍କ ସହିତ ମିଶି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିଲେ। ତାଙ୍କ ସହ ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ଓ ବିଧାୟକ ସଂଜଳି ମୁର୍ମୁ ପ୍ରମୁଖ ରଥ ଟାଣିଥିଲେ। ସେହି ସମୟରେ ସାଂସଦ ଓ ଜିଲ୍ଲାର ସବୁ ବିଧାୟକମାନେ ଉପସ୍ଥିତ ଥିଲେ।

ସନ୍ଧ୍ୟା ହୋଇଯାଇଥିବାରୁ ଦେବୀ ସୁଭଦ୍ରାଙ୍କ ରଥ ଥାନା ସମ୍ମୁଖରେ ଅଟକିଛି। ସେପଟେ କାଳିଆ ଠାକୁରଙ୍କ ରଥ ଟଣା ଆରମ୍ଭ ହୋଇନାହିଁ। ଆସନ୍ତାକାଲି ଦେବୀ ସୁଭଦ୍ର ଓ କାଳିଆ ଠାକୁରଙ୍କ ରଥ ଟଣା ଗୁଣ୍ଡିଚା ମନ୍ଦିରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ମହାପ୍ରଭୁଙ୍କ ଘୋଷ ଯାତ୍ରାକୁ ନେଇ ବାରିପଦାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Advertisment

ରିପୋର୍ଟ- ବାରିପଦାରୁ ମାନିକ ଲାଲ ପାଣି।

Ratha Yatra Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe